ଦେଶ ବିଦେଶ ସ୍ୱାସ୍ଥ୍ୟ

ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ତୃତୀୟ ଲହର ପିକ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ବଢ଼ି ଚାଲିଥିବା ବେଳେ ଓଡ଼ିଶା ପାଇଁ ମଧ୍ୟ ଏହାର ପ୍ରଭାବ ଭୟଙ୍କର ହୋଇପାରେ । ତେବେ ଆସନ୍ତା ଫେବୃଆରୀ ମାସ ଶେଷ ବେଳକୁ ରାଜ୍ୟରେ କୋଭିଡର ତୃତୀୟ ଲହର ପିକରେ ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ରାଜ୍ୟକୁ ୨ ମାସ ପରେ ଫେରିଥିଲା । ତେବେ ଏଥର ଯଦି ତୃତୀୟ ଲହର ଆସେ, ତେବେ ତାହା ଓଡ଼ିଶାରେ ଶୀଘ୍ର ପହଞ୍ଚିବ ବୋଲି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କୁହାଯାଇଛି । ତୃତୀୟ ଲହର ଫେବୃଆରୀ ଶେଷ ବେଳକୁ ରାଜ୍ୟରେ ପିକରେ ପହଞ୍ଚିବ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ପେଡିଆଟ୍ରିକ ବିଭାଗ ପ୍ରସ୍ତୁତ ରହିଛି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୧ ତାରିଖରେ ପ୍ରଥମ ଓମିକ୍ରନ ଆହ୍ନଟ ଚିହ୍ନଟ ହେବା ନେଇ ଇନଷ୍ଟିଚୁଟ୍ୟ ଅଫ୍ ଲାଇଫ ସାଇନ୍ସ (ଆଇଏଲଏସ) ପକ୍ଷରୁ ସୂଚନା ଦିଆଯାଇଥିଲା । ଗତକାଲି କଟକର ରାଉସା ପାଟଣା ଅଞ୍ଚଳରେ ଗୋଟିଏ ପରିବାରରୁ ୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଗୋପବନ୍ଧୁ ବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ପୂର୍ବରୁ ଭୁବନେଶ୍ୱରର ବମିଖାଲର ଜୟଦୁର୍ଗା ନଗର ଓ ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଆସନ୍ତା ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କୁ ଟିକା ପ୍ରଦାନ କରାଯିବ । ସେହିପରି ୧୦ ତାରିଖରୁ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତୃତୀୟ ଡୋଜ୍ ପ୍ରଦାନ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ