ଦେଶ ବିଦେଶ ସ୍ୱାସ୍ଥ୍ୟ

ଅଷ୍ଟ୍ରେଲିଆରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ: ନ୍ୟୁୟର୍କରେ ହସ୍ପିଟାଲ୍‌ରେ କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢ଼ୁଛି

ସିଡନି: ଅଷ୍ଟ୍ରେଲିଆରେ ପ୍ରଥମ ଓମିକ୍ରନ ମୃତ୍ୟୁ ଚିହ୍ନଟ ହୋଇଛି। ନ୍ୟୁ ସାଉଥ୍‌ ୱେଲ୍ସରେ ସୋମବାର ୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ଆତଙ୍କ ମଧ୍ୟରେ ଅଷ୍ଟ୍ରେଲିଆରେ କରୋନା କଟକଣା କଡ଼ାକଡ଼ି ହୋଇଛି। ଭିକ୍ଟୋରିଆ ଷ୍ଟେଟ୍‌ରେ ସୋମବାର ୧୯୯୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ବ୍ରିଟେନ୍‌ରେ ସଂକ୍ରମଣ ବଢ଼ିବାରୁ ବ୍ରି‌‌ଟେନରେ କଟକଣା କଡ଼ାକଡ଼ି ‌ହୋଇଛି। ସେହିପରି ଆମେରିକାର ନ୍ୟୁୟର୍କରେ ବି ଓମିକ୍ରନ୍‌ ବଢ଼ିବା ସହ ସେଠାରେ ଅଧିକ ଶିଶୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଡିସେମ୍ବର ୫ ପରଠାରୁ ନ୍ୟୁୟର୍କ ହସ୍ପିଟାଲରେ ଶିଶୁଙ୍କ ଆଡମିସନ୍‌ ୪ ଗୁଣା ବୃଦ୍ଧି ହୋଇଛି। ୫ ବର୍ଷରୁ କମ୍‌ ବୟସର ଅଧିକାଂଶ ଶିଶୁ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ଆମେରିକା‌ରେ ଗତ ୭ ଦିନ ଧରି ସଂକ୍ରମ୍ରଣ ବଢ଼ିବାରେ ଲାଗିଛି। ଆମେରିକାରେ ହାରାହାରି ଦୈନିକ ସଂକ୍ରମଣ ଗତ ୭ ଦିନ ଧରି ୧୯୦,୦୦୦ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ