ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିନ୍ତା ବଢାଇଲାଣି ସଂକ୍ରମଣ, ଫେବୃଆରୀରେ ପିକ୍‌ ନେବ ତୃତୀୟ ଲହର !

ଭୁବନେଶ୍ୱର ୨୮।୧୨: ଚିନ୍ତା ବଢାଇଲାଣି ଓମିକ୍ରନ୍‌ । ଖୁବଶୀଘ୍ର ଆସିପାରେ ତୃତୀୟ ଲହର । ଆକଳନ ଅନୁଯାୟୀ ଆସନ୍ତା ବର୍ଷ ଫେବୃଆରୀ ମାସରେ ଆସିପାରେ ତୃତୀୟ ଲହର । ଏଥିପାଇଁ ଆମେ ଜୋରଦାର ପ୍ରସ୍ତୁତି କରିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଖବର ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଏବେ ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ । ତେବେ ଖୁବଶୀଘ୍ର ଓଡିଶା ଆସିବ । ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍ ନେଇପାରେ । ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକା କରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । ଦୈନିକ ସଂକ୍ରମଣ ଉପରେ କଡ଼ା ନଜର ରଖାଯାଇଛି । ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡ଼ିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ରହିଛି । ଭିତ୍ତିଭୂମି ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହି ଆନୁଯାୟୀ ଆମେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ