ଦେଶ ବିଦେଶ ମନୋରଞ୍ଜନ

୫୬ ବର୍ଷରେ ପାଦ ଦେଲେ ବଲିଉଡ୍‌ର ଭାଇଜାନ, ଜନ୍ମଦିନରେ ମିଡିଆ ସାମ୍ନାକୁ ଆସିଲେ କହିଲେ-ମୁଁ ସୁସ୍ଥ ଅଛି..

ନୂଆଦିଲ୍ଲୀ ୨୭।୧୨ : ବଲିଉଡ ଅଭିନେତା ସଲମାନ ଖାନ ଏବେ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜିବଲ ବ୍ୟାଚଲର । ହେଲେ ତାଙ୍କୁ ଏବେ ୫୬ ବର୍ଷ ବୟସ ହେଲାଣି । ଏବେ ଯାଏଁ ସେ ଅବିବାହିତ ଅଛନ୍ତି । ସଲମାନ ଖାନ ନିଜର ପରିଶ୍ରମ ଏବଂ ନିଷ୍ଠା ସହିତ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ସଲମାନ ଖାନ ବଲିଉଡର ସବୁଠାରୁ ପ୍ରିୟ ଅଭିନେତା ଏବଂ ଲୋକମାନେ ତାଙ୍କ ସିନେମା ଦେଖିବାକୁ ଅଧିକ ପସନ୍ଦ କରନ୍ତି । ସଲମାନ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ଅନେକ ଫିଲ୍ମ କରିଛନ୍ତି ଏବଂ ଗୋଟିଏରୁ ଗୋଟିଏ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି। ୨୭ ଡିସେମ୍ବର ଅର୍ଥାତ୍ ଆଜି ହେଉଛି ବଲିଉଡ୍‌ର ଦବଙ୍ଗ ସଲମାନ ଖାନଙ୍କ ଜନ୍ମଦିନ । ଗତକାଲି ବିଳମ୍ବିତ ରାତିରେ ସେ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ଜନ୍ମଦିନ ପାଳନ କରିଥିଲେ। ରବିବାର ଦିନ ତାଙ୍କୁ ରାତିରେ ସାପ କାମୁଡ଼ି ଦେଇଥିଲା, ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା କି ଏଥର ତାଙ୍କ ଜନ୍ମଦିନ ପାଳନ କରିନପାରନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଥିଲା ସେ ସୁସ୍ଥ ମଧ୍ୟ ଥିଲେ । ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ମଧ୍ୟରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହା ପରେ ସଲମାନ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ସେମାନଙ୍କ ପାଇଁ ପୋଜ୍ ଦେଇଥିଲେ। ତାଙ୍କ ଫାର୍ମହାଉସରୁ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି । ଯେଉଁଠାରେ ପାପାରାଜିଙ୍କ ଭିଡ ଜମିଥିଲା ​​।

ତେବେ ଫଟୋଗ୍ରାଫରମାନେ ତାଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଛନ୍ତି – ‘ବାର ବାର୍ ଦି ୟେ ଆଏ’ । ଏହା ଶୁଣି ସଲମାନ ଖୁବ୍‌ ହସନ୍ତି । ଏବଂ ତାଙ୍କ ପଛରେ ସଲମାନ ଖାନଙ୍କ ବଡିଗାର୍ଡ ଶେରା ମଧ୍ୟ ଅଛନ୍ତି। ଏହି ଅବସରରେ ସଲମାନ ଖାନ କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ବେଳେ ସେ ଏକ କଳା ଟି-ସାର୍ଟ ଏବଂ ବ୍ରାଉନ୍ ପ୍ୟାଣ୍ଟରେ ନଜର ଆସିଥିଲେ । ସଲମାନ ଫାଟକ ବାହାରେ ଆସୁଥିବାର ଦେଖି ଜଣେ ଫଟୋଗ୍ରାଫର କହିଛନ୍ତି- ‘ଭାଇ ତମର ସୁନ୍ଦର ହସ ।ସଲମାନ ତାଙ୍କୁ ଚାହିଁ ହସନ୍ତି ଏବଂ କୁହନ୍ତି, ‘ସାପ କାମୁଡ଼ିବା ପରେ ଏଭଳି ହସ ବହୁତ କଷ୍ଟକର ।

ଏହାପୂର୍ବରୁ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ମଧ୍ୟ ତାଙ୍କ ପୁଅର ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ସଲମାନ ବର୍ତ୍ତମାନ ଭଲ ଅଛନ୍ତି। ଚିନ୍ତା କରିବାର କିଛି ନାହିଁ । ସାପ ବିଷାକ୍ତ ନଥିଲା ଏବଂ ଜଙ୍ଗଲ ପରିସରରେ ଏପରି ଘଟଣା ଘଟେ। ଡାକ୍ତରମାନେ ତାଙ୍କୁ କିଛି ଔଷଧ ମଧ୍ୟ ଦେଇଛନ୍ତି, ଆଉ ବାକି ସବୁ ଠିକ ଅଛି ବୋଲି କହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ