ନୂଆଦିଲ୍ଲୀ ୨୬।୧୨ : ବର୍ତ୍ତମାନ ବଲିଉଡ୍ରେ ସରୋଗେସି ମାଧ୍ୟମରେ ପିତାମାତା ହେବା ଏକ ଟ୍ରେଣ୍ଡ ଚାଲିଛି । ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀମାନେ ସରୋଗେସି ମାଧ୍ୟମରେ ପିତାମାତା ହେବାକୁ ଚେଷ୍ଟା କରୁଛନ୍ତି । ନିକଟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ୨ ସନ୍ତାନକୁ ଜନ୍ମ ଦେଇଥିଲେ, ଯେଉଁଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହୋଇଛି। ଏହା ବ୍ୟତୀତ ବଲିଉଡ୍ର ଅମୀର ଖାନଙ୍କ ପତ୍ନୀ କିରଣ ରାଓ, ଶାହରୁଖ ଖାନଙ୍କ ପତ୍ନୀ ଗୌରୀ, ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ସରୋଗେସି ମାଧ୍ୟରେ ସନ୍ତାନ ଜନ୍ମ ଦେଇଛନ୍ତି । ହେଲେ ଏବେ ପିତା ହେବାକୁ ନେଇ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ସଲମାନ ଖାନ୍ ।
ସଲମାନ ଖାନ ନିଜର ପରିଶ୍ରମ ଏବଂ ନିଷ୍ଠା ସହିତ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ସଲମାନ ଖାନ ବଲିଉଡର ସବୁଠାରୁ ପ୍ରିୟ ଅଭିନେତା ଏବଂ ଲୋକମାନେ ତାଙ୍କ ସିନେମା ଦେଖିବାକୁ ଅଧିକ ପସନ୍ଦ କରନ୍ତି । ସଲମାନ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ଅନେକ ଫିଲ୍ମ କରିଛନ୍ତି ଏବଂ ଗୋଟିଏରୁ ଗୋଟିଏ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି।
ତେବେ ଗଣମାଧ୍ୟମ ସୂଚନା ଅନୁଯାୟୀ ଆମେ ସମସ୍ତେ ଜାଣିଛୁ ଯେ ବଲିଉଡ ଅଭିନେତା ସଲମାନ ଖାନ ଏବେ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜିବଲ ବ୍ୟାଚଲର । ହେଲେ ତାଙ୍କୁ ଏବେ ୫୬ ବର୍ଷ ବୟସ ହେଲାଣି କିନ୍ତୁ ସଲମାନ ଖାନ ଏବେ ପିତା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ଥରେ ନୁହେଁ ଅନେକ ଥରେ ଶୋ ମାଧ୍ୟମରେ ପିତା ହେବା ନେଇ ଉଲ୍ଲେଖ କରିଛନ୍ତି । ପୂର୍ବରୁ ସଲମାନ ଖୋଲାଖୋଲି ଭାବେ କହିଥିଲେ କି ମୁଁ ବି ଦିନେ ବାପା ହେବି । ହେଲେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି । ହେଲେ ସମସ୍ତେ ଭାବୁଥିବେ କି ଯଦି ବିବାହ ନହୋଇ ଜଣେ ପୁରୁଷ କିପରି ପିତା ହେବେ । ସେଥିପାଇଁ ସଲମାନ ଖାନ ମଧ୍ୟ ସରୋଗେସି ମାଧ୍ୟମରେ ପିତା ହେବାର ସୁଖ ପାଇବାକୁ ଚାହୁଁଛନ୍ତି ଏବଂ ତାହ ପୁଣି ଗୋଟିଏ ନୁହେଁ ଦୁଇଟି ସନ୍ତାନର ବାପା ହେବାକୁ ଚାହୁଁଛନ୍ତି । ସେ ଏହାକୁ ନେଇ କହିଛନ୍ତି କି ବିବାହ ହୁଏ କି ନହୁଏ ପିତା ହେବାର ଆଶା ନିଶ୍ଚୟ ପୁରା କରିବି ।

