ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନ ଭାଙ୍ଗିଲା ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୩୦୦ ପାର୍

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ୍ ର ଏହି ନୂତନ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଏହା ଏବେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ରକେଟ୍ ବେଗରେ ବ୍ୟାପିବାରେ ଲାଗିଛି । ଦେଶରେ ଗୋଟିଏ ସପ୍ତାହରେ ଦ୍ରୁତି ଗତିରେ ସଂକ୍ରମଣ ବ୍ୟାପି ଏବେ ମୋଟ ମାମଲା ୩୪୧ ହୋଇଯାଇଛି । ବୁଧବାର ଦିନ ଓମିକ୍ରନ୍ ମାମଲା ୨୦୦ ପାର୍ କରିଥିବା ବେଳେ ମାତ୍ର ଦୁଇଦିନ ଭିତରେ ଏହି ସଂଖ୍ୟା ୩୦୦ ପାର୍ କରିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚିନ୍ତା ବ୍ୟକ୍ତ କରିଚନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଓମିକ୍ରନର ୪୪ ମାମଲା ସାମନାକୁ ଆସିଥିଲା । ସେହିପରି ଗୁରୁବାର ଦିନ ସର୍ବାଧିକ ୮୪ ମାମଲା ଚିହ୍ନଟ ହୋଇଥିଲା । ସବୁଠାରୁ ଅଧିକ ମାମଲା ତାମିଲନାଡ଼ୁରୁ ଚିହ୍ନଟ ହୋଇଥିଲା । ଏଠାରେ ଗତକାଲି ଏକାବେଳକେ ୩୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ବ୍ୟତୀତ ମହାରାଷ୍ଟ୍ରରୁ ୨୩ ଜଣ ଓ କର୍ଣ୍ଣାଟକରୁ ୧୨ଟି ନୂତନ ମାମଲା ସାମନାକୁ ଆସିଥିଲା । ସେହିପରି ଗୁଜୁରାଟ ଓ ଦିଲ୍ଲୀରୁ ୭ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଓଡ଼ିଶାରେ ମଧ୍ୟ ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ