ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ଫଳରେ ଅଛି ଅନେକ ଔଷଧୀୟ ଗୁଣ, ଏହାକୁ ଆପଣ ଦୈନିକ ଖାଦ୍ୟରେ ବି ସାମିଲ୍‌ କରିପାରନ୍ତି

ଚେରି ଖାଇବାକୁ କାହାକୁ ବା ଭଲ ଲାଗେନି ? ଏହା ଏମିତି ଏକ ଫଳ ଯାହାକି ଅଧିକାଂଶ ଲୋକଙ୍କ ପ୍ରିୟ। ଅନେକ ଲୋକ ଭାବିଥାନ୍ତି ଚେରି ଅତିରିକ୍ତ ମିଠା ହୋଇଥିବାରୁ ଏହା ହୁଏତ ଶରୀର ପାଇଁ ହାନୀକାରକ ହୋଇପାରେ। ମାତ୍ର ଏହା ସେମାନଙ୍କ ଭ୍ରାନ୍ତ ଧାରଣା। ବାସ୍ତବରେ କହିବାକୁ ଗଲେ ଚେରିରେ କୌଣସି କ୍ଷତିକାରୀ ଉପାଦାନ ନାହିଁ। ଏହା ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଚେରିରେ କେଉଁ ସବୁ ଭଲ ଗୁଣ ରହିଛି।

ଚେରିରେ ଏମିତି ଉପାଦାନ ରହିଛି ଯାହାକି ସହଜରେ ତ୍ୱଚାରେ ବାର୍ଦ୍ଧକ୍ୟପଣ ଆସିବାକୁ ଦିଏ ନାହିଁ। ନିୟମିତ ଚେରି ଖାଉଥିଲେ ତ୍ୱଚାର ଔଜଲ୍ୟ ସେମିତି ରହେ।

ଏଥିରେ ପ୍ରଚୁର ପରିମାଣର ଶକ୍ତି ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। କାର୍ଯ୍ୟ କରିବା ପାଇଁ ପ୍ରଚୁର ବଳ ମିଳେ।

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଚେରି ଖୁବ୍‌ ଭଲ। ଚେରି ଖାଇ ଆପଣ ନିଜ ପେଟ ପୂରାଇ ପାରନ୍ତି। କାହିଁକି ନା, ଚେରିରେ ଆଦୌ ବି ଫ୍ୟାଟ୍‌ ନାହିଁ।

ହୃଦ୍‌ରୋଗୀଙ୍କ ପାଇଁ ଚେରି ଖୁବ୍‌ ଭଲ। ଚେରି ଖାଇବା ଦ୍ୱାରା ନିଜ ସ୍ୱାସ୍ଥ୍ୟବସ୍ଥାକୁ ଆୟତ୍ତରେ ରଖିହେବ।

ଯଦି ଆପଣଙ୍କର ରାତିରେ ନିଦ ନ ହେବାର ଅଭ୍ୟାସ ରହିଛି ତେବେ ଚେରି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। ଏପରିକି ଉତ୍ତମ ନିଦ୍ରା ପାଇଁ ଲୋକେ ରାତିରେ ଚେରି ଜୁସ୍‌ ବି ପିଇଥାନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ