ଦେଶ ବିଦେଶ ମନୋରଞ୍ଜନ

ବିବାଦୀୟ ପୋଷ୍ଟ ‘ଖଲିସ୍ତାନୀ’ ମାମଲାରେ ବୟାନ ଦେବା ପାଇଁ ଥାନାରେ ହାଜର ହେଲେ କଙ୍ଗନା

ନୂଆଦିଲ୍ଳୀ ୨୩।୧୨ : ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରଣାୱତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଏପରିକି ଥାନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଛି। ତେବେ ଏହି ମାମଲାକୁ ନେଇ ଆଜି ମୁମ୍ବାଇର ଖାର୍‌ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ଯାହା ସୋସିଆଲ ମିଡିଆ ପୋଷ୍ଟରେ କଙ୍ଗନା କଥିତ ରୂପେ କୃଷକଙ୍କ ତୁଳନା ଖଲିସ୍ଥାନୀଙ୍କ ସହ କରିଥିଲେ । ଏପରିକି କୃଷକଙ୍କ ଅପମାନ ମଧ୍ୟ କରିଥିଲେ। ଏହାକୁ ନେଇ ଶିଖ୍‌ ସଙ୍ଗଠନ କଙ୍ଗନାଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ଏହି ଘଟଣାକୁ ନେଇ ଆଜି ସେ ନିଜ ବୟାନ ରେକର୍ଡ କରିବା ପାଇଁ ଥାନରେ ପହଞ୍ଚିଛନ୍ତି।

ଚଳିତ ମାସ ଆରମ୍ଭରେ ପୋଲିସ୍ କଙ୍ଗନାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଥିଲା। ୨୫ ଜାନୁଆରୀ ପର୍ଯ୍ୟନ୍ତ କଙ୍ଗନା ଏହି ମାମଲାରେ ଗିରଫଦାରୀରୁ ସୁରକ୍ଷା ପାଇଛନ୍ତି। କଙ୍ଗନା ରାନାୱତଙ୍କ ବିରୋଧରେ ଏକ ଶିଖ୍ ସଂଗଠନ ଏହି ଅଭିଯୋଗ ଆଣିଥିଲା। ସେ ଅଭିଯୋଗ କରିଥିଲେ ଯେ, କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ଖିଲିସ୍ଥାନୀ ଆନ୍ଦୋଳନ ବୋଲି ବର୍ଣ୍ଣନା କରି କହିଥିଲେ। ଚଳିତ ମାସରେ କଙ୍ଗନା ଏହି ମାମଲରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଖାର୍‌ ପୋଲିସ୍‌ ଷ୍ଟେସନରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ଅନୁରୋଧ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ