ଦେଶ ବିଦେଶ ମନୋରଞ୍ଜନ

ନୋରା ଫତେହିଙ୍କ କାର ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଅଭିନେତ୍ରୀଙ୍କ ଲଗ୍ଜରୀ ଗାଡି

ନୂଆଦିଲ୍ଲୀ ୨୩/୧୨: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଅଭିନେତ୍ରୀଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେବେ ଦୁର୍ଘଟଣା ଘଟିଥିବା ବେଳେ ନୋରା କାରରେ ନଥିଲେ। ଏକମାତ୍ର ତାଙ୍କର ଡ୍ରାଇଭର କାରରେ ଥିଲେ। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମୟରେ ଅଭିନେତ୍ରୀ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ତାଙ୍କ ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ର ପ୍ରମୋସନାଲ ଇଭେଣ୍ଟରେ ଥିଲେ। କିନ୍ତୁ ଉଭୟ ଷ୍ଟାର୍ ସେହି କାରରେ ଯାଇ ଇଭେଣ୍ଟରେ ପହଞ୍ଚିଥିଲେ।

ସୂଚନା ଅନୁଯାୟୀ, ନୋରା ଫତେହିଙ୍କ ଡ୍ରାଇଭର ଏକ ଅଟୋକୁ ଜୋରରେ ଧକ୍କା ଦେଇଛି। ପରେ ଲୋକମାନେ ଗାଡିକୁ ଘେରି ରାସ୍ତା ମଝିରେ ଡ୍ରାଇଭର କଲର ଧରିଥିଲେ। ନୋରା ଅଟୋ ଡ୍ରାଇଭରକୁ ୧୦୦୦ ଟଙ୍କା ଦେଇଥିଲେ, ଯାହା ପରେ ଲୋକମାନେ ତାଙ୍କୁ ଛାଡି ଦେଇଥିଲେ। ଉଭୟ ଡ୍ରାଇଭର ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି କିନ୍ତୁ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ