ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷରେ କେମିତି ଜିତି ହେବ ସିରିଜ୍ ?ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ

ନୂଆଦିଲ୍ଲୀ,୨୨/୧୨: ନେତୃତ୍ୱ ବିବାଦ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ପହଁଚିଛି । ଉଭୟ ଦଳ ପ୍ରଥମେ ଟେଷ୍ଟ୍ ସିରିଜ ଓ ପରେ ଦିନିକିଆ ସିରିଜ ଖେଳିବେ । ଟିମ୍ ଇଣ୍ଡିଆ ଟେଷ୍ଟ ରେକର୍ଡ ଦକ୍ଷିଣ ଆଫ୍ରିକାରେ ସେତେଟା ଭଲ ନାହିଁ । ଦଳ ଏଠାରେ ଗୋଟିଏ ହେଲେ ସିରିଜ ଜିତିନାହିଁ । ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ୍ ସିରିଜ ଜିତି ଇତିହାସ ରଚିବାକୁ ଚାହିଁବ ।ସିରିଜ୍ କିପରି ଜିତିହେବ ସେନେଇ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମହାନ ଖେଳାଳି ସଚିନ ତେନ୍ଦୁଲକର ।

ସଚିନ କହିଛନ୍ତି ଯେ, ଫ୍ରଣ୍ଟ୍ ଫୁଟ୍ ଡିଫେନ୍ସ ସବୁଠାରୁ ଭଲ । ଅପ୍ ଫ୍ରଣ୍ଟ୍ ଓ ଫ୍ରଣ୍ଟ୍ ଫୁଟ୍ ଅଧିକ ଜରୁରୀ । ପ୍ରଥମ ୨୫ ଓଭରରେ ଫ୍ରଣ୍ଟ୍ ଫୁଟ୍ ଡିଫେନ୍ସରେ ଅନେକ ସମସ୍ୟା ହୋଇଥାଏ । ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଉଦାହରଣ ଦେଇ ସଚିନ କହିଛନ୍ତି ଯେ, ସେମାନେ ସୁଯୋଗର ଫାଇଦା ଉଠାଇଥିଲେ । ସବୁ ବ୍ୟାଟସମ୍ୟାନ୍ ଏପରି ଭାବେ ଖେଳିପାରିବେ । ବୋଲରମାନେ ଓ୍ୱିକେଟ୍ ନେବାକୁ ଆସିଥାନ୍ତି । କିନ୍ତୁ ତାହା ବଡ କଥା ନୁହେଁ । ଥରେ ସେଟ୍ ହେଲେ ଆଉ କିଛି ଅସୁବିଧା ହୁଏ ନାହିଁ ।

ମାଷ୍ଟର ବ୍ଲାଷ୍ଟର ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଓ ରାହୁଲ ଇଂଲଣ୍ଡ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିଲେ । କାରଣ ସେମାନେ ହାତ ଶରୀରଠୁ ଦୂରରେ ରଖି ଖେଳୁନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ହୋଇଥିଲା ବୋଲି ସଚିନ କହିଛନ୍ତି ।

ସୂଚନାଯୋଗ୍ୟ, ଆଘାତ ଜନିତ କାରଣରୁ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ରାହୁଲଙ୍କ ସହ ମୟଙ୍କ ଅଗ୍ରଓ୍ୱାଲ ଓପନିଂ କରିପାରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ