ନୂଆଦିଲ୍ଲୀ: ସୋନି ପିକ୍ଚରର୍ସ ଏଣ୍ଟରଟେନମେଣ୍ଟର ଫିଲ୍ମ “ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍” ଡିସେମ୍ବର ୧୬ ତାରିଖରେ ଭାରତରେ ରିଲିଜ୍ ହୋଇଯାଇଛି । ଫ୍ୟାନ୍ସ ମାନେ ଖୁବ୍ ଲମ୍ବା ସମୟ ଧରି ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ ଥିଲେ । ଶେଷରେ ଏହା ପରଦାକୁ ଆସିଯାଇଛି । କୋଭିଡ୍ ମହାମାରୀ କାରଣରୁ ଏହା ରିଲିଜ୍ ହୋଇପାରି ନଥିଲା । ହେଲେ ଏବେ ଯେତେବେଳେ ପରଦାକୁ ଆସିଛି ଦର୍ଶକଙ୍କ ଦମଦାର୍ ରେସପନ୍ସ ମିଳିଛି । ଫିଲ୍ମଟି ପ୍ରଥମ ଦିନରେ ହିଁ ବଜାରରେ ହଇଚଇ ସୃଷ୍ଟି କରିଛି ।

କୋଭିଡ୍ ପରେ ଏହା ହେଉଛି ପ୍ରଥମ ଫିଲ୍ମ ଯାହା ଏପର୍ଯ୍ୟନ୍ତର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ବକ୍ସଅଫିସ୍ ର ସବୁ ରେକର୍ଡକୁ ଭାଙ୍ଗି ଭଲ ବ୍ୟବସାୟ କରିଛି । ମୁମ୍ବାଇ, ଦିଲ୍ଲୀ ଓ ଉତ୍ତରପ୍ରଦେଶ ଭଳି ପ୍ରମୁଖ ସହର ସମେତ ଦେଶର ଅନ୍ୟାନ୍ୟ ସହର ମାନଙ୍କ ରେ ଏହି ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳିଛି । “ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍” ଭାରତରେ ମୋଟ ଚାରିଟି ଭାଷାରେ ରିଲିଜ୍ ହୋଇଛି । ଇଂଲିଶ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ୍ ହୋଇଛି ।

