ଦେଶ ବିଦେଶ ମନୋରଞ୍ଜନ

୨୦୨୨ ହେବ ରୋମାଞ୍ଚଭରା: ନୂଆ ବର୍ଷରେ ରିଲିଜ୍ ହେବ ଏହି ୧୦ଟି ହିଟ୍ ୱେବ୍ ସିରିଜର ସିକ୍ୱେଲ୍

ମୁମ୍ବାଇ: କୋଭିଡ୍ ମହାମାରୀ କାରଣରୁ ୨୦୨୧ରେ ଅଧିକ ସମୟ ଲୋକଙ୍କୁ ଘରେ ରହିବାକୁ ପଡ଼ିଲା । ତେଣୁ ଏହି ସମୟରେ ଓଟିଟି ପ୍ଲାଟଫର୍ମକୁ ଲୋକେ ଅଧିକ ପସନ୍ଦ କରିଥିଲେ । ଯାହାର ଧାରା ଜାରି ରହିଛି । ସିନେମା ହଲ୍ ଖୋଲିଥିଲେ ସୁଦ୍ଧା ଲୋକେ ଓଟିଟି ରେ ୱେବସିରିଜ୍ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଓଟିଟିର ଚାହିଦା ବଢ଼ିବା ପରଠାରୁ ବଡ଼ ବଡ଼ ସୁପରଷ୍ଟାର୍ ମାନେ ଡିଜିଟାଲ ଡେବ୍ୟୁ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଓଟିଟିରେ ଅନେକ ବଡ଼ ବଡ଼ ହିଟ୍ ୱେବସିରିଜ୍ ଆସିଥିଲା । ଫ୍ୟାମିଲି ମ୍ୟାନ୍ ୨, ଅସୁର୍ ସିଜନ୍ ୨ ଇତ୍ୟାଦି ଭରପୁର ମନୋରଞ୍ଜନ କରିଥିଲେ । ତେବେ ୨୦୨୨ ରେ ଏହିସବୁ ହିଟ୍ ୱେବସିରିଜ୍ ର ସିକ୍ୱେଲ ଆସିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ୨୦୨୨ରେ କେଉଁ କେଉଁ ୱେବସିରିଜ୍ ଆସିବାକୁ ଯାଉଛି ।

ନୂଆ ବର୍ଷରେ ମନୋରଞ୍ଜନ କରିବାକୁ ପାତାଲ ଲୋକ, ଦିଲ୍ଲୀ କ୍ରାଇମ୍, ପଞ୍ଜାୟତ୍ , ଅସୁର୍ , ଫ୍ୟାମିଲି ମ୍ୟାନ୍ ୩, ମିର୍ଜାପୁର, ମୁମ୍ବାଇ ଡାଇରିଜ୍, ମେଡ ଇନ୍ ହେବେନ୍, କୋଡ ଏମ୍, ଆର୍ଯ୍ୟ ୨ ଭଳି ୱେବସିରିଜ୍ ର ଆଗାମୀ ସିଜନ୍ ଆସିପାରେ । ତେଣୁ ୨୦୨୧ ଭଳି ୨୦୨୨ ମଧ୍ୟ ଖୁବ୍ ରୋମାଞ୍ଚକର ରହିବ । ଏଥିମଧ୍ୟରୁ ପାତାଲ ଲୋକ ପ୍ରଥମେ ୨୦୨୦ରେ ରିଲିଜ୍ ହୋଇଥିଲା । ସେହିପରି ଦିଲ୍ଲୀ କ୍ରାଇମ୍ ୨୦୧୯ରେ ଓଟିଟିରେ ରିଲିଜ୍ ହୋଇଥିଲା । ୨୦୨୨ରେ ଫ୍ୟାମିଳି ମ୍ୟାନ୍ ୩ ଆସିପାରେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ