ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଟ୍ରେନରେ ବଢ଼ିଲା କରୋନା ଲହର, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବିପଦ ଘଣ୍ଟି

ନୂଆଦିଲ୍ଲୀ: କରୋନା ସଂକ୍ରମମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁ ତୀବ୍ରତାରେ କରୋନା ବଢ଼ିଚାଲିଛି, ତାହାକୁ ନେଇ ଚିନ୍ତା ବଢ଼ୁଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ଭାରତର ୧୧ଟି ରାଜ୍ୟରେ ପ୍ରବେଶ କରିଥିବା ବେଳେ ମୋଟ ୮୭ଟି କେସ୍ ସାମ୍ନାକୁ ଆସିଛି । ଅନ୍ୟପଟେ ବ୍ରିଟେନରେ କରୋନା ସଂକ୍ରମଣ ଗୁରୁବାର ଦିନ ରେକର୍ଡ ଭାଙ୍ଗିଛି । ୟୁକେରେ ଗୋଟିଏ ଦିନରେ ୮୮,୩୭୬ ନୂଆ ମାମଲା ଚିହ୍ନଟ ହୋଇଛି ଓ ୧୪୬ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହ ଗତ ୨୪ ଘଣ୍ଟାରେ ୧ ହଜାର ୬୯୧ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ୧୨ ହଜାରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ବିଶ୍ୱର ଅନେକ ଦେଶରେ ମାରାତ୍ମକ ବୋଲି ଗଣାଯାଉଛି । ଖାସ୍ କରି ବ୍ରିଟେନ ଓ ଆମେରିକାରେ ଓମିକ୍ରନ ନାଁରେ ଲୋକେ ଡରିବାରେ ଲାଗିଲେଣି । କାହିଁକି ନା ଓମିକ୍ରନ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଆମେରିକାରେ ଅବସ୍ଥା ବିଗିଡ଼ିବାରେ ଲାଗିଲାଣି । ସେଠାରେ ସଂକ୍ରମଣ ମାମଲା ଦ୍ୱିଗୁଣ ହେବାରେ ଲାଗିଲାଣି । ଏଭଳି ପରିସ୍ଥିତିରେ ଭାରତର ଲୋକମାନେ ଅଧିକ ସାବଧାନ୍ ରହିବାକୁ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ