ମନୋରଞ୍ଜନ ରାଜ୍ୟ

ଭାଇ ଭଉଣୀଙ୍କ ତ୍ୟାଗର କାହାଣୀ ‘ଓମ୍ ସ୍ୱାହା’

ସିଆର୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ୍‌ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ଏଥି ସହିତ ସିଆର ଏଣ୍ଟର୍‌ଟେନ୍‌ମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦେଶକ ଦିଲ୍ଲୀପ ପଣ୍ଡା, ସଂଳାପ ଲେଖକ ହର ବାରିକ, ସଂଗୀତ ନିର୍ଦେଶକ ମଳୟ ମିଶ୍ର, ଚିତ୍ରୋତ୍ତୋଳକ ଦିଲ୍ଲୀପ ବାରିକ, ନୃତ୍ୟ ନିର୍ଦେଶକ ଲୁବୁନ୍‌-ଟୁବୁନ୍‌, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ମଧ୍ୟ ଏଇ ଉତ୍ସବରେ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ‘ଓମ୍ ସ୍ୱାହା’ ପାଇଁ ମନୋନୀତ ହେଇଥିବା କଳାକାରଙ୍କ ମଧ୍ୟରେ ଜ୍ୟୋତି, ଦିବ୍ୟା, ସସ୍ମିତା, ରାଇମୋହନ ପରିଡ଼ା, ଅସିତ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସରୋଜ ଦାସ, କେ.କେ, ଚିନ୍ତାମଣି, ଜୀବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଭାଇ ଭଉଣୀଙ୍କ ନିବିଡ଼ ପ୍ରେମ ଓ ତ୍ୟାଗ ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ହର ବାରିକ। ଏଥିରେ ମଳୟ ମିଶ୍ରଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍‌ ସାଗର, ଇରା ମହାନ୍ତି ଏବଂ ନିର୍ଦେଶକ ନିଜେ ମଳୟ ମିଶ୍ର। ଏଇ ଫିଲ୍ମଟି ଚଳିତ ମାସ ୧୯ ତାରିଖରୁ ସୁଟିଂ ଫ୍ଲୋର୍‌କୁ ଆସିବ ବୋଲି କହିଛନ୍ତି ଏହାର କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ