ଖେଳ ଦେଶ ବିଦେଶ

‘ମୋତେ କାହିଁକି ବାହାର କରାଗଲା ତାହା ମୁଁ ବୁଝିଛି’ : ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କ ୧୦ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ 16/12/2021 a

ନୂଆଦିଲ୍ଲୀ ୧୬/୧୨: ବିରାଚ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କଣ ଚାଲିଛି ? ଦୁଇ ବରିଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପଡୁନି କି ? ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ରନ୍ ମେସିନ୍ ବିରାଟ କୋହଲି । ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହାସହ ଲାଗି ରହିଥିବା ବିବାଦ ଭିତରେ ନିଜର ମୁହଁ ଖୋଲିଛନ୍ତି ବିରାଟ ।

ଓଡିଆଇ ଏବଂ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ମତଭେଦ ଖବର ନେଇ ବିରାଟ କୋହଲି ଏନେକ କଥା କହିଛନ୍ତି । ଆସନ୍ତୁ ନଜର ପକାଇବା ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଥିଲା ୧୦ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ।

୧- ରୋହିତ ଶର୍ମା ଓ ତାଙ୍କ ଭିତରେ କିଛି ବିବାଦ ନାହିଁ । ଆମ ଭିତରେ ସମ୍ପର୍କ ଠିକ୍ ଅଛି । ଏକଥା ମୁଁ ଅଢେଇ ବର୍ଷ ହେଲା କହି ଆସୁଛି ।

୨-ସେ ଟି୨୦ ଇସ୍ତଫା ଦେବା ପରେ ବିସିସିଆଇ ସହ କଥା ହୋଇଥିଲେ । କାରଣ ମଧ୍ୟ ଜମାଇଥିଲେ ।

୩-ଗଣମାଧ୍ୟମରେ ଯେଉଁ ସବୁ କଥା ଆସୁଛି ତାହା ଠିକ୍ ନୁହେଁ ।

୪-ତାଙ୍କୁ ସିଲେକ୍ଟରମାନେ କଲ୍ କରି ଓଡିଆଇ ଅଧିନାୟକ ପଦରୁ ସେ ବାହାରି ଯାଇଥିବା କହିଥିଲେ । ସେ ମଧ୍ୟ ଉତ୍ତରରେ ଠିକ୍ ଅଛି ବୋଲି କହିଥିଲେ । ତା ପୂର୍ବରୁ ବସିଥିବା ଟେଷ୍ଟ୍ ଟିମ୍ ଚୟନ ନେଇ ବୈଠକରେ ତାଙ୍କୁ ଅଧିନାୟକ ପଦ ବାବଦରେ କିଛି କୁହାଯାଇ ନଥିଲା ।

୫- ତାଙ୍କୁ କାହିଁକି ବାହାର କରାଗଲା ସେ ଜାଣନ୍ତି । ତାଙ୍କ ନେତୃତ୍ୱରେ ଦଳ ଗୋଟିଏ ହେଲେ ଆଇସିସି ଟ୍ରଫି ଜିତି ନାହିଁ । ବିସିସିଆଇ ଯାହା ନିଷ୍ପତ୍ତି ନେଲା ତାହା ଠିକ୍ କି ଭୁଲ କହିବା ଅନୁଚିତ ।

୬- ସେ ସର୍ବଦା ଦଳ ପାଇଁ ଉପଲବ୍ଧ ରହିବେ । କେବେବି ସେ ବିସିସିଆଇକୁ ବିଶ୍ରାମ ପାଇଁ ଅନୁରୋଧ କରିନାହାଁନ୍ତି ।

୭- ଦଳକୁ କିପରି ଆଗକୁ ନେବେ ତାହା ତାଙ୍କର ଦାୟିତ୍ୱ ରହିବ । ଅଧିନାୟକ ହେଲା ପରେ ସେ ଦଳ ପାଇଁ କଣ ଭଲ ହେବ କରି ଆସିଛନ୍ତି । ଆଗରୁ ଯେପରି ଖେଳୁଥିଲେ ଏବେ ବି ସେ ସେପରି ଖେଳିବେ ବୋଲି କହିଛନ୍ତି ।

୮-ରୋହିତ ଜଣେ ଦକ୍ଷ ଅଧିନାୟକ । ସେ ଅନେକ ସମୟରେ ଭାରତର ନେତୃତ୍ୱ ନେଇଛନ୍ତି । ଆଇପିଏଲରେ ତାଙ୍କର ନେତୃତ୍ୱ ସମସ୍ତେ ଦେଖିଛନ୍ତି ।

୯- ରୋହିତ ଓ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ତାଙ୍କର ପୂର୍ଣ୍ଣ ସମର୍ଥନ ରହିବ । ରାହୁଲ ଦ୍ରାବିଡ ଜଣେ ଭଲ କୋଚ୍ ଅଟନ୍ତି ।

୧୦- ଦକ୍ଷିଣ ଆଫ୍ରିକାରେ ସେମାନେ କେବେ ଟେଷ୍ଟ ସିରିଜ୍ ଜିତି ନାହାଁନ୍ତି । କିପରି ଭାବେ ସିରିଜ୍ ଜିତିବେ ତାହା ତାଙ୍କର ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ