ଭୁବନେଶ୍ବର: ଝାଡ଼ଖଣ୍ଡର ରାଞ୍ଚିଠାରେ ବୁଧବାରଠାରୁ ଆରମ୍ଭ ହେଉଥିବା ଜାତୀୟ ୧୫ ବର୍ଷରୁ କମ୍ କୁସ୍ତି ପ୍ରତିଯୋଗିତାରେ ୧୫ ଜଣିଆ ଓଡ଼ିଶା ଦଳ ଭାଗନେବ। ଏଥିରେ ୮ ଜଣ ବାଳକ ଥିଲାବେଳେ ୭ଜଣ ବାଳିକା ଅଛନ୍ତି। ଓଡ଼ିଶା କୁସ୍ତି ସଂଘର ସଂପାଦକ କିଶୋର ବେହେରା ସୋମବାର ରାଞ୍ଚି ଅଭିମୁଖେ ଯାତ୍ରା କରିଥିବା ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ରତ୍ନାକର ନାୟକ, ଆର୍ଯ୍ୟନ ସାହୁ, ଦେବାଶିଷ ପାଣିଗ୍ରାହୀ, ରୁଦ୍ର ପ୍ରସାଦ ପଣ୍ଡା, ସାଇ ପ୍ରସାଦ ସାମଲ, ପ୍ରଭାସ ରଞ୍ଜନ ପ୍ରଧାନ, ମାଧବାନନ୍ଦ ରଣା, ରୁଦ୍ରାଂଶ ମହାପାତ୍ର, ସୁଭଶ୍ରୀ ପାଲ, ଜ୍ୟୋତି ସେଠୀ, ଅନ୍ନପୂର୍ଣ୍ଣା ନାୟକ, ପୂଜା ସେଠୀ, ସୋନିଆ ନାୟକ, ଅଂଶିକା ଝୁନଝୁନୱାଲା, ପ୍ରତୀକ୍ଷା ବରାଳ। କୃଷ୍ଣଚନ୍ଦ୍ର ଦାସ (ପ୍ରଶିକ୍ଷକ), ଦୁର୍ଗା ଚରଣ ମହାପାତ୍ର (ପ୍ରଶିକ୍ଷକ, ମହିଳା), ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ (ପ୍ରବନ୍ଧକ)।