ଖେଳ ଦେଶ ବିଦେଶ

ବିଶ୍ୱକପ ୨୦୨୨ରେ ପାକିସ୍ତାନ ବିରୋଧରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍, ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ ୧୫/୧୨: ଆସନ୍ତା ବର୍ଷ ମାର୍ଚ୍ଚ ୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ମାର୍ଚ୍ଚ ୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ । ପରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଦଳ ହାମିଲଟନରେ ମୁହାଁମୁହିଁ ହେବେ ।

୩୧ ଦିନରେ ମୋଟ ୩୧ ଟି ମ୍ୟାଚ୍ ଖେଳାଯିବ । ୮ ଦଳ ଟାଇଟଲ୍ ପାଇଁ ମୈଦାନରେ ଖେଳିବେ । ଆଇସିସି କହିବା ଅନୁଯାୟୀ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତ ଆଇସିସି ମହିଳା ଚାମ୍ପିଅନସିପ୍ ୨୦୧୭-୨୦୨୦ରେ ସେମାନଙ୍କ ସ୍ଥାନ ଉପରେ ଆଧାର କରି ଏହି ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ସ୍ୱତସ୍ପୃତ ଭାବେ ଯୋଗ୍ୟତା ଅର୍ଜନ କରିଛି ।

ନିକଟରେ ଅନୁଷ୍ଠିତ ପୁରୁଷ ଟି -20 ବିଶ୍ୱକପରେ ଭାରତୀୟ ଦଳ ନିଜେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିଛି । ଆଇସିସି ମହିଳା ବିଶ୍ୱକପ୍ ୨୦୨୨ ଏକ ଲିଗ୍ ଫର୍ମାଟରେ ଖେଳାଯିବ । ଯେଉଁଠାରେ ସମସ୍ତ ୮ଟି ଦଳ ମୁହାଁମୁହିଁ ହେବେ । ଲିଗ୍‌ର ଶ୍ରେଷ୍ଠ ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୱେଲିଙ୍ଗଟନରେ ୩୦ ମାର୍ଚ୍ଚରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ୩୧ ମାର୍ଚ୍ଚରେ ହେଗଲେ ଓଭାଲରେ ଖେଳାଯିବ ।

ଆଇସିସି ମହିଳା ବିଶ୍ୱକପ୍ ୨୦୨୨ ଟାଇଟଲ୍ ତଥା ଫାଇନାଲ୍ ମ୍ୟାଚ୍ ୩ ଏପ୍ରିଲରେ ଖେଳାଯିବ । ଆଇସିସି ସୂଚନା ଅନୁଯାୟୀ ଉଭୟ ସେମିଫାଇନାଲ ଏବଂ ଫାଇନାଲ ପାଇଁ ଦିନ ମଧ୍ୟ ରିଜର୍ଭ କରାଯାଇଛି । ସୂଚନା ଥାଉକି, କରୋନାଭାଇରସ୍ ପାଇଁ ମହିଳା କ୍ରିକେଟ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ବାତିଲ ହେବା ପରେ ବାଂଲାଦେଶ, ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ODI ଦଳ ମାନ୍ୟତା ଆଧାରରେ ବିଶ୍ୱକପ୍ ପାଇଁ ସ୍ଥାନ ପକ୍କା କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ