ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

କେରଳ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ବିବାହ ବେଳେ ଝିଅକୁ ବାପା-ମା’ ଦେଉଥିବା ଉପହାର ଯୌତୁକ ନୁହେଁ

କୋଚି ୧୫।୧୨: ବିବାହ ସମୟରେ ବାପା-ମା’ ଝିଅକୁ ଦେଉଥିବା ଉପହାର ଯୌତୁକ ନୁହେଁ । ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଅନୁଯାୟୀ ଏହାକୁ ଯୌତୁକ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଜଣକିଆ ଖଣ୍ଡପୀଠରେ ହୋଇଥିବା ଆବେଦନ ଉପରେ ବିଚାର କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

କେରଳ କୋଲ୍ଲମ ଜିଲ୍ଲା ଯୌତୁକ ନିଷେଧ ଅଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଜିଲ୍ଲା ଯୌତୁକ ନିଷେଧ ଅଧିକାରୀ ବାପା-ମା’ଙ୍କ ଦ୍ବାରା କନ୍ୟାକୁ ଉପହାର ସ୍ବରୂପ ଦିଆଯାଇଥିବା ଅଳଙ୍କାର ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ନିୟମ ଅନୁଯାୟୀ, କନ୍ୟାର ବାପା-ମା’ ସେମାନଙ୍କ ଇଚ୍ଛାରେ ଉପହାର ଦେଇଥିବା ସୁନା ଅଳଙ୍କାର ଯୌତୁକ ଅଧିନରେ ଆସୁନାହିଁ । ଆବେଦନକାରୀ ଯୁକ୍ତି ବାଢିଛନ୍ତି ଯେ, ଯୌତୁକ ନିଷେଧ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବା କିମ୍ବା ନିର୍ଦ୍ଦେଶ ଜାରି କରିବାର କୌଣସି ଅଧିକାର ନାହିଁ ।

ବିଚାରପତି ଜଷ୍ଟିସ୍ ଏମଆର ଅନୀତା ଯୌତୁକ ନିଷେଧ ଅଧିକାରୀଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । କାରଣ ଏହା ସ୍ପଷ୍ଟ ହୋଇନଥିଲା, ଅଧିକାରୀ ଜଣକ ତଦନ୍ତ କରିଛନ୍ତି କି ନାହିଁ । ଏହାସହ ଏହା ମଧ୍ୟ ନିଶ୍ଚିତ ନଥିଲା ଅଳଙ୍କାରଗୁଡିକ ଯୌତୁକ ଭାବେ ଦିଆଯାଇଛି କି ନାହିଁ । ନବବଧୂ ଜଣଙ୍କ ଦାବି କରିଛନ୍ତି ଯେ, ତାଙ୍କୁ ବିବାହ ବେଳେ ଦିଆଯାଇଥିବା ୫୫ ସୁନା ଅଳଙ୍କାର ତାଙ୍କୁ ଫେରାଇ ଦିଆଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଳଙ୍କାରଗୁଡିକ ସମବାୟ ବ୍ୟାଙ୍କର ଏକ ଲକରରେ ରଖାଯାଇଛି । କୋର୍ଟଙ୍କ ଏଭଳି ରାୟ ପରେ ନବବଧୂ ଜଣଙ୍କ ବାପା-ମା’ଙ୍କ ଦ୍ବାରା ଦିଆଯାଇଥିବା ଅଳଙ୍କାର ଫେରିପାଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ