ମନୋରଞ୍ଜନ ରାଜ୍ୟ

ପୁଣି ବଡ଼ ପରଦାରେ ମହାଶ୍ୱେତା

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଥିବା ଜଣାଯାଇଛି। ଏହି ସିନେମାର ଶୀର୍ଷକ ହେଲା ‘ତୋ ନା ର ମାନେ ହଁ’। ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ସମ୍ବିତଙ୍କ ସହ ଦୁଇଜଣ ନାୟିକା ଅଛନ୍ତି। ଏଦୁହେଁ ହେଲେ ରୀୟା ଓ କାବ୍ୟା। ଏତଦବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ଅମର ଓ ସୋମା ଭୌମିକ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଅଭିଜିତ ମଜୁମଦାର ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।। ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି।

ଏହି ସିନେମା ଜରିଆରେ ସୁଧାଂଶୁମୋହନ ସାହୁ ପୁଣି ଥରେ ମହାନାୟିକା ମହାଶ୍ୱେତାଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି। ସୁଧାଂଶୁ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ଚୁମକି ମାଇଁ ଡାର୍ଲିଙ୍ଗ’ରେ ମହାଶ୍ବେତାଙ୍କୁ ପ୍ରଥମ ଥର ଲାଗି ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଏଥିରେ ମହାଶ୍ବେତା ନାୟିକା ଭୂମିକାରେ ଅଭିନୟ କରିଥିଲେ। ତେବେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ନଥିଲା।, ଛୋଟ ପରଦାରେ ପ୍ରମିଅର୍ ହୋଇଥିଲା।

ସୂଚନାଯୋଗ୍ୟ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଶେଷ ଶ୍ରାବଣ’ ଜରିଆରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ମହାଶ୍ୱେତା। ଏହାପରେ ତାଙ୍କୁ ୫୦ରୁ ଅଧିକ ଓଡ଼ିଆ ସିନେମାର ନାୟିକା ଏବଂ ଚରିତ୍ର ଅଭିନେତ୍ରୀଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ‘ଜୟଦେବ’ପୁରସ୍କାରର ବିଜୟିନୀ ବି ହୋଇଛନ୍ତି ମହାଶ୍ୱେତା। ତାଙ୍କୁ ଶେଷ ଥରଲାଗି ସୁଧାକର ବସନ୍ତଙ୍କ ନିର୍ଦ୍ଦେର୍ଶିତ ‘ସାଥୀ ତୁ ଫେରିଆ’ରେ ବଡ଼ ପରଦାରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ