ଖେଳ ଦେଶ ବିଦେଶ

ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟକା, ବାଦ୍ ପଡିଲେ ରୋହିତ, ODI ସିରିଜ୍ ଖେଳିବେନି କୋହଲି

ନୂଆଦିଲ୍ଲୀ ୧୪/୧୨: ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ବହୁତ ଗୁଡାଏ ଖବର ସାମ୍ନାକୁ ଆସୁଛି । ଲଗାତାର କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ପ୍ରଥମେ ଟେଷ୍ଟର ଉପ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାହାର ହୋଇଛନ୍ତି । ହେଲେ ଏବେ ବିରାଟ କୋହଲି ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହୃତ କରିନେଇଛନ୍ତି । ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ହଟାଇବା ପରେ ଏମିତି ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଥାଉକି, ବିରାଟ କୋହଲି ଦିନିକିଆ ସିରିଜରୁ ବାହାର ହୋଇଯାଇଛନ୍ତି । କୋହଲିଙ୍କ କହିବା ଅନୁଯାୟୀ ଜାନୁୟାରୀ ୧୧ରେ ଝିଅ ଭାମିକାର ଜନ୍ମଦିନ । ଏଥିପାଇଁ ସେ ନିଜ ଝିଅର ପ୍ରଥମ ଜନ୍ମଦିନକୁ ଘରେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ୧୧ ଜାନୁୟାରୀରେ ଖେଳାଯିବ । ସେଥିପାଇଁ ସେ ଖେଳ ଛାଡି ପରିବାରକୁ ସମୟ ଦେବାକୁ ଉଚିତ୍ ମନେ କରୁଛନ୍ତି ।

ସେପଟେ ଆହୁରି ଖବର ଶୁଣିବାକୁ ମିଳୁଛି ଯେ, ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତଙ୍କୁ ଦାୟିତ୍ୱ ଦେବା ପରେ ଏପରି ହୋଇଛି । ଯାହାକି ଭାରତୀୟ କ୍ରିକେଟ ପାଇଁ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି । ବୋର୍ଡ ଅଧ୍ୟକ୍ଷ କୋହଲିଙ୍କ ଅଧିନାୟକ ପଦ ଯିବା ନେଇ ମଧ୍ୟ ସ୍ପଷ୍ଟ କରିଥିଲେ । ଗାଙ୍ଗୁଲି କହିଥିଲେ କି ବିରାଟ କ୍ୟାପଟେନସି ଛାଡୁନଥିଲେ । ସେଥିପାଇଁ ସିଲେକ୍ସନ କମିଟି ବୋର୍ଡ ମିଳିତ ବୈଠକ କରି ହଟାଇବାକୁ ନିଷ୍ପତ୍ତି ନେଇଥିଲେ ।

କାରଣ କ୍ରିକେଟରେ ଅଲଗା ଅଲଗା କ୍ୟାପଟେନ୍ ରଖାଯିବନି । ସେଥିପାଇଁ ରୋହିତ ଉଭୟ ଟି-୨୦ ଏବଂ ଦିନିକିଆ ଅଧିନାୟକ ରହିବେ । ଏପଟେ ଆହତ ଜନିତ କାରଣ ଦର୍ଶାଇ ଟେଷ୍ଟର ଉପ ଅଧିନାୟକ ରୋହିତ ଶର୍ମା ୩ ସପ୍ତାହ ପାଇଁ ଖେଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସ୍ଥାନରେ ଗୁଜରାଟ ବ୍ୟାଟର ପ୍ରିୟଙ୍କ ପଞ୍ଚାଲଙ୍କୁ ସାମିଲ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ