ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ କରୋନା, ଦାୟିତ୍ୱ ତୁଲାଇବେ ଉପରାଷ୍ଟ୍ରପତି

ଜୋହାନ୍ସବର୍ଗ ୧୩/୧୨: କୋଭିଡ-19, ନୂଆ ଭାରିଆଣ୍ଟ ଓମିକ୍ରନର ପାଇଁ ସାରା ବିଶ୍ୱରେ ହାହାକାର ପରିସ୍ଥିତି । ଅତିକମରେ ୫୯ ଟି ଦେଶରେ ଏହି ଭାରିଆଣ୍ଟର ମାମଲା ରିପୋର୍ଟ କରାଯାଇଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରବିବାର ଦିନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା । ଏବେ ସେ ସଂଗରୋଧରେ ରହି ନିଜର ଚିକିତ୍ସା କରୁଛନ୍ତି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ବିବୃତ୍ତିରେ କୁହାଯାଇଛି ଯେ ରାମାଫୋସଙ୍କ ଟିକାକରଣ ସରିଛି । ଡାକ୍ତରମାନେ ନିରନ୍ତର ନଜର ରଖିଛନ୍ତି । ଗତ ମାସରେ, ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ପରେ ଧୀରେ ଧୀରେ ଏହା ସାରା ବିଶ୍ୱକୁ ବ୍ୟାପିଲାଣି । ତେବେ ଭୟ ରହୁଛି ଯେ, ଏହା ଖୁବଶୀଘ୍ର ଅନ୍ୟ ପ୍ରକାର ଭାରିଆଣ୍ଟ ଅପେକ୍ଷା ଶୀଘ୍ର ବିସ୍ତାର କରୁଛି ।

ସେପଟେ ରାମାଫୋସା କେପଟାଉନରେ ରାଷ୍ଟ୍ରପତି ସଂଗରେଧରେ ରହିବା ପରେ ତାଙ୍କ ସ୍ଥାନରେ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇବେ ଉପରାଷ୍ଟ୍ରପତି ଡେଭିଡ୍ ମାବୁଜା । ଏହି ବିବୃତ୍ତିରେ କୁହାଯାଇଛି ଯେ ନିକଟରେ ପଶ୍ଚିମ ଆଫ୍ରିକାର ଚାରୋଟି ରାଜ୍ୟ ଗସ୍ତରେ ରାଷ୍ଟ୍ରପତି ଏବଂ ସମଗ୍ର ଦକ୍ଷିଣ ଆଫ୍ରିକୀୟ ପ୍ରତିନିଧି ଦଳ COVID-19 ପାଇଁ ପରୀକ୍ଷା କରାଯାଇଥିଲା । ଡିସେମ୍ବର ୮ ରେ ଜୋହାନ୍ସବର୍ଗକୁ ଫେରିବା ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।