ଦେଶ ବିଦେଶ ସ୍ୱାସ୍ଥ୍ୟ

କେବଳ ରାତିରେ ଦେଖାଯିବ ଓମିକ୍ରନର ନୂଆ ଲକ୍ଷଣ, ଡାକ୍ତର ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱର ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାଇରାଲ ସଂକ୍ରମଣର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହାର ଗମ୍ଭୀରତା । ଏହା ପୂର୍ବରୁ ଡେଲଟା ଭାରିଆଣ୍ଟ ଅନେକ ଦେଶରେ ହଇଚଇ ସୃଷ୍ଟି କରିଥିଲା । ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରମଣ କରୁଥିଲା । ଏଥିରେ ରୋଗୀମାନଙ୍କୁ ଉଭୟ ହାଲୁକା ଓ ଗମ୍ଭୀର ଲକ୍ଷଣ ଅନୁଭବ ହେଉଥିଲା । ଅଧିକ ଜ୍ୱର, ଲଗାତାର କାଶ ହେବା, ଛାତି ଯନ୍ତ୍ରଣା, ରକ୍ତରେ ଅମ୍ଲଜାନର ଅଭାବ ପରି ଲକ୍ଷଣ ଏଥିରେ ଦେଖିବାକୁ ମିଳୁଥିଲା । ଏବେ ଓମିକ୍ରନ ଦୁନିଆ ଆଗରେ ଏକ ନୂଆ ସମସ୍ୟା ହୋଇ ମାଡ଼ିବାରେ ଲାଗିଛି । ଏହାର ଗମ୍ଭୀରତା, ପ୍ରସାରଣ ହାର ଓ ଲକ୍ଷଣ ଅନେକ ପ୍ରକାରର ଥିବା ଦାବି କରାଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଦାବି କରିଛି ଯେ, ନୂଆ ଓମିକ୍ରନ ଭାରିଆଣ୍ଟ ପୂର୍ବରୁ ସଂକ୍ରମିତ ହୋଇସାରିଥିବା ଲୋକଙ୍କ ମଧ୍ୟ ଅତି ସହଜରେ ଶିକାର କରୁଛି । ଏହା ବ୍ୟତୀତ ଟିକାର ୨ଟି ଯାକ ଡୋଜ୍ ନେଇସାରିଥିବା ଲୋକ ବି ଓମିକ୍ରନଠାରୁ ସୁରକ୍ଷିତ ନୁହଁନ୍ତି । ଓମିକ୍ରନ ଭାରିଆଣ୍ଟ କେତେ କ୍ଷତିକାରକ, ତାହା ଆଗାମୀ କିଛି ଦିନ ବା ସପ୍ତାହରେ ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ବିଶ୍ୱର ସମସ୍ତ ଡାକ୍ତର ଓ ବୈଜ୍ଞାନିକମାନେ ଓମିକ୍ରନର ଅନେକ ପ୍ରକାରର ଲକ୍ଷଣ ବିଷୟରେ ଦାବି କରିଛନ୍ତି ।

ରାତିରେ ଝାଳ ଓ ଶରୀରରେ ଯନ୍ତ୍ରଣା:
ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଇନୱେନ ପିଲ୍ଲେ କହିଛନ୍ତି ଯେ, ଓମିକ୍ରନରେ ସକ୍ରଂମିତ ରୋଗୀଙ୍କୁ ରାତିରେ ଝାଳ ବାହାରିବାର ଅଭିଯୋଗ ଆସିପାରେ । ଅନେକ ଥର ରୋଗୀଙ୍କଠାରୁ ଏତେ ଝାଳ ବାହାରିବ କି, ସେମାନଙ୍କର ପୋଷାକ ଓ ବେଡ ବି ଓଦା ହୋଇପାରେ । ସଂକ୍ରମିତ ରୋଗୀ ଥଣ୍ଡା ଜାଗାରେ ରହିଲେ ବି ତାଙ୍କଠାରୁ ଝାଳ ବାହାରିପାରେ । ଏହା ବ୍ୟତୀତ ରୋଗୀଙ୍କ ଶରୀରରେ ଯନ୍ତ୍ରଣା ଅନୁଭବ ହେବ ।

ଶୁଖିଲା କାଶ:
ଓମିକ୍ରନରେ ସଂକ୍ରମିତ ରୋଗୀଙ୍କଠାରେ ଶୁଖିଲା କାଶର ଲକ୍ଷଣ ଦେଖିବାକୁ ମିଳୁଛି । ଏହି ଲକ୍ଷଣ କରୋନାର ପୁରୁଣା ଷ୍ଟ୍ରେନଗୁଡିକରେ ବି ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଜ୍ୱର ଓ ମାଂସାପେଶୀରେ ଯନ୍ତ୍ରଣା ବି ଓମିକ୍ରନର ଲକ୍ଷଣ ହୋଇପାରେ ।

ହାଲୁକା ଜ୍ୱର:
କରୋନାର କୌଣସି ବି ଭାରିଆଣ୍ଟରେ ହାଲୁକା ବା ଅଧିକ ଜ୍ୱର ହେବାର ଅଭିଯୋଗ ସାମ୍ନାକୁ ଆସିଛି । ଓମିକ୍ରନରେ ସଂକ୍ରମିତଙ୍କୁ ହାଲୁକା ଜ୍ୱର ହୋଇପାରେ ଓ ତାଙ୍କ ଶରୀରର ତାପମାତ୍ରା ଆପେ ଆପେ ସାମାନ୍ୟ ହୋଇଯିବ ।

ଥକ୍କାପଣ:
ଅନେକ ଭାରିଆଣ୍ଟ ପରି ଓମିକ୍ରନରେ ବି ରୋଗୀଙ୍କୁ ବହୁତ ଥକ୍କାପଣ ଅନୁଭବ ହେବ । ଏଥିରେ ସଂକ୍ରମିତ ଲୋକଙ୍କ ଏନର୍ଜି ସ୍ତର କମ୍ ହୋଇଯିବ । ଶରୀରରେ ଏପରି ଲକ୍ଷଣ ଦେଖାଦେଉଥିଲେ ଅଣଦେଖା ନକରି କୋଭିଡ ପରୀକ୍ଷା କରନ୍ତୁୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ