ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ବନ୍ଦ କରିବାକୁ ନେଇ ଶିକ୍ଷା ବିଭାଗ ଦେଲା ଏହି ସୂଚନା, ତୃତୀୟ ଲହର ଆଶଙ୍କା

ପାଟନା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଅନେକ ମାମଲା ସାମ୍ନାକୁ ଆସିବାରେ ବିହାରରେ ସବୁ ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା କରାଯାଉଥିଲା । କିନ୍ତୁ ଏହା ଉପରେ ଶିକ୍ଷା ବିଭାଗ ଏକ ବୟାନ ଜାରି କରିଛି । ଶିକ୍ଷା ବିଭାଗ ଦ୍ୱାରା ସ୍ପଷ୍ଟ କୁହାଯାଇଛି ଯେ, ସ୍କୁଲ ଉପରେ ଏହାର ପ୍ରଭାବ ଏବେ ପଡିନାହିଁ । ସ୍କୁଲଗୁଡିକ ପୂବ ପରି ୧୦୦ ପ୍ରତିଶତ ଉପସ୍ଥିତି ସହିତ ଖୋଲାରହିବ ।

ମିଡିଆ ରିପୋର୍ଟ ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସ୍କୁଲ ବନ୍ଦ କରିବା ବା ଏପରି କିଛି ନୂଆ ବ୍ୟବସ୍ଥା ବିଚାର କରାଯାଇ ନାହିଁ । ଏହା ସହିତ ବିଭାଗ ପକ୍ଷରୁ କୋଭିଡ ସଂଖ୍ୟା ଉପରେ ଲଗାତାର ଭାବେ ନଜର ରଖାଯାଉଛି । ଏପରି କିଛି ପରିସ୍ଥିତି ସାମ୍ନାକୁ ଆସିଲେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ତେବେ ବିହାରରେ କରୋନାର ନୂଆ ଭାରିଆଣ୍ଟ ଯୋଗୁଁ ରେଲୱେଠାରୁ ନେଇ ଏୟାରପୋର୍ଟ ପର୍ଯନ୍ତ ସବୁ ସ୍ଥାନରେ ଆଲର୍ଟ କରାଯାଇଛି । ଅଭିଭାବକମାନଙ୍କ ମଧ୍ୟରେ ବି କରୋନାର ବଢ଼ୁଥିବା ସଂଖ୍ୟାକୁ ନେଇ ଚିନ୍ତା ବଢ଼ୁଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି