ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓମିକ୍ରନଠାରୁ କେତେ ପ୍ରତିଶତ ରକ୍ଷା କରିବ କୋଭିଶିଲ୍ଡର ବୁଷ୍ଟର ଡୋଜ୍? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଟିକା ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି । ଲୋକମାନଙ୍କର ଇମ୍ୟୁନିଟି ବଢ଼ାଇବାକୁ ତୃତୀୟ ବୁଷ୍ଟର ଡୋଜ୍ ନେବାକୁ ଯୁକ୍ତି ଚାଲିଛି । ଏହାରି ମଧ୍ୟରେ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ବା UKHSA ଶୁକ୍ରବାର ଦିନ କହିଛନ୍ତି ଯେ, କୋଭିଡ ଭ୍ୟାକ୍ସିନର ତୃତୀୟ ବୁଷ୍ଟ ଡୋଜ୍ ଓମିକ୍ରନ ଭାରିଆଣ୍ଟର ବିରୋଧରେ ୭୦ରୁ ୭୫ ପ୍ରତିଶତ ସୁରକ୍ଷା ପ୍ରଦାନ କରିପାରିବ ।

ହେଲ୍ଥ ଏଜେନ୍ସି କହିଛି ଯେ, ଭାରତରେ କୋଭିଶିଲ୍ଡ ନାଁରେ ବ୍ୟବହାର କରାଯାଉଥିବା ଅକ୍ସୋଫୋର୍ଡ/ ଆଷ୍ଟ୍ରା ଜେନେକା ଓ ଫାଇଜର/ବାୟୋଏଣ୍ଡଟେକ ଟିକାର ୨ଟି ଡୋଜ୍ କୋଭିଡର ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ ବିରୋଷର କମ୍ ସୁରକ୍ଷା ପ୍ରଦାନ କରୁଛି । କିନ୍ତୁ ଟିକାର ତୃତୀୟ ବୁଷ୍ଟର ଡୋଜ୍ ନୂଆ ଭାରିଆଣ୍ଟ ବିରୋଧରେ ଇମ୍ୟୁନିଟି ବଢ଼ାଇପାରିବ । ଏହି ଦାବିଗୁଡ଼ିକ ୫୮୧ ଓମିକ୍ରନ ସଂକ୍ରମିତ ମାମଲାର ତଥ୍ୟ ବିଶ୍ଲେଷିତ ଉପରେ ଆଧାରିତ ହୋଇଛି ।

UKHSA ଅନୁସାରେ, ‘ଯଦି ବର୍ତ୍ତମାନର ପରିସ୍ଥିତିରେ କୌଣସି ପରିବର୍ତ୍ତନ ନଆସେ, ତେବେ ବ୍ରିଟେନରେ ସଂକ୍ରମଣ ମାମଲା ଏହି ମାସରେ ୧୦ ଲକ୍ଷ ଟପିବାର ଅନୁମାନ କରାଯାଉଛି । କରୋନାର ନୂଆ ଭାରିଆଣ୍ଟ ବିରୋଧରେ ବୁଷ୍ଟର ଡୋଜ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ପ୍ରଭାବଶାଳୀ ଓ ଏହା ପ୍ରାୟ ୭୦ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିପାରେ । ଏହି ସଂଖ୍ୟାଗୁଡିକ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ଆକଳନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।’

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ