ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ । ଅର୍ଥାତ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ । ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତ୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି ଓ ସେଠାରୁ ଆସୁଛି, ତାହା ଜାରି ରହିବ । ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉପରେ ଲାଗୁ ହେଉଥିବା କଟକଣା ସମ୍ପର୍କରେ ଡିଜିସିଏ କହିଛି ଯେ କାର୍ଗୋ ଓ ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ ।

ସେହିପରି ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରୋନ ଭାରିଏଣ୍ଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି । ଭାରତରେ ମଧ୍ୟ ଏହି ଭାରିଏଣ୍ଟ ଠାବ ହୋଇଛି । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି । ଭାରତ ସରକାର ମଧ୍ୟ କଟକଣା ଲଗାଇବାରେ ବିଳମ୍ବ କରିନାହାନ୍ତି । ଓମିକ୍ରୋନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସଂକ୍ରମଣ ପ୍ରବଳ ଦେଶ ବା ରିସ୍କ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କର କରୋନା ଟେଷ୍ଟ ବିମାନବନ୍ଦରରେ କରାଯାଉଛି । ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖା ଯାଉଛି । ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ତେବେ ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗା ଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ