ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ସମ୍ବନ୍ଧରେ ସୁଧାର ପାଇଁ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସାଯୋଗ୍ୟ ବନ୍ଧୁଙ୍କର ପରାମର୍ଶ କାମରେ ଆସିବ।

ବୃଷ: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ।

ମିଥୁନ: ପୁରୁଣା ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଅଫିସରେ ବାକିଥିବା କାମ ପୂରା କରିବାକୁ ଚେଷ୍ଟା କରିବେ।

କର୍କଟ: ନିଜର ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଦିନଟି ଶୁଭ। ଟେଣ୍ଟ ହାଉସ ବ୍ୟବସାୟୀଙ୍କ ଲାଗି ଲାଭର ଦିନଟିଏ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ସିଂହ: ସବୁ ଆହ୍ୱାନର ସାମ୍ନା କରିବାରେ ସଫଳ ହେବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ।

କନ୍ୟା: କୌଣସି ସାମାଜିକ ସଂଗଠନରେ ମିଶିବାର ମଉକା ପାଇବେ। ଧନ ସଂପତ୍ତି ଚିନ୍ତାର ସମାଧାନ ବାହାରିବ। ସୁସମ୍ବାଦ ମିଳିବା ଯୋଗ ଅଛି।

ତୁଳା: ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ସଂଘର୍ଷରତ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ଲାଗି ନୂଆ କାମ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

ବିଛା: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଚାରିଆଡ଼େ ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ହେବ।

ଧନୁ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। କୋର୍ଟ ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଏକାଗ୍ରଚିତ୍ତରେ କାମ କଲେ ସଫଳତାର ପାହାଚ ଚଢ଼ିବେ।

ମକର: ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାକୁ ସମୟ ଲାଗିବ। ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ। କଥା ଉପରେ ଯେତେ ନିୟନ୍ତ୍ରଣ ରଖିବେ ସେତେ ଭଲ।

କୁମ୍ଭ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ମହିଳା ଘରୋଇ ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଧନ ସଞ୍ଚୟ ଲାଗି ଯୋଜନା କରି ପାରନ୍ତି।

ମୀନ: ଇଂଜିନିୟରଙ୍କୁ ଆର୍ଥିକ ଲାଭ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।