ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନାନା ଔଷଧୀୟ ଗୁଣଯୁକ୍ତ ତୁଳସୀ ହୋଇପାରେ କ୍ଷତିକାରକ: ଏହିସବୁ ରୋଗୀ ଭୁଲରେ ବି ସେବନ କରନ୍ତୁନି

ଭୁବନେଶ୍ୱର ୧୦/୧୧ : ତୁଳସୀର ଅନେକ ଔଷଧୀୟ ଓ ଆଧ୍ୟାତ୍ମିକ ଗୁଣ ରହିଛି। ସେଥିପାଇଁ ତୁଳସୀକୁ ପ୍ରତ୍ୟେକ ଘରେ ପୂଜା କରାଯାଇଥାଏ। ପ୍ରାଚୀନ କାଳରେ ବିଭିନ୍ନ ଔଷଧରେ ତୁଳସୀ ପତ୍ର ବ୍ୟବହାର କରାଯାଉଥିଲା। ତୁଳସୀ ଥଣ୍ଡା-କାଶ ଦୂର କରିଥାଏ, ପ୍ରତିରୋଧକ କ୍ଷମତା ବଢ଼ିଥାଏ, ଚର୍ମ ସଂକ୍ରମଣ ଭଲ କରିଥାଏ, ମୁଣ୍ଡବିନ୍ଧା ଭଳି ଅନେକ ସମସ୍ୟା ଦୂର କରିଥାଏ।

Both green and bronze basil are popular varieties; for tender leaves, keep
pinching back the plants to encourage new leaf growth, and harvest just the
new leaves (File photo)

ଏତେ ଗୁଣଯୁକ୍ତ ତୁଳସୀ କିଛି କ୍ଷେତ୍ରରେ ହାନିକାରକ ହୋଇଥାଏ। ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ଅଧିକ ମାତ୍ରାରେ ତୁଳସୀ ସେବନ ହାନିକାରକ ହୋଇପାରେ। କିଛି ଲୋକଙ୍କୁ ତୁଳସୀ ସେବନ କରିବା ଅନୁଚିତ। ଲଗାତାର ୮ ସପ୍ତାହ ଯାଏଁ ସୀମିତ ମାତ୍ରାରେ ତୁଳସୀ ସେବନ କରିବା ସୁରକ୍ଷିତ ବୋଲି କୁହାଯାଏ। କିନ୍ତୁ ତୁଳସୀ ସେବନରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ। କେଉଁମାନେ ତୁଳସୀ ସେବନ କରିବା ଅନୁଚିତ ଜାଣନ୍ତୁ:


୧. ଗର୍ଭବତୀ ମହିଳା – ତୁଳସୀରେ ୟୁଜେନାଁଲ ନାମକ ତତ୍ତ୍ୱ ରହିଛି। ସେଥିପାଇଁ ଗର୍ଭାବସ୍ଥା ସମୟରେ ତୁଳସୀ ସେବନ ଦ୍ୱାରା ଗର୍ଭାଶୟ ସଂକୁଚିତ ହୋଇ ମାସିକ ଧର୍ମ ହେବାର ଆଶଙ୍କା ଥାଏ ଯେଉଁଥିପାଇଁ ଗର୍ଭ ନଷ୍ଟ ହେବାର ସମ୍ଭାବନା ଥାଏ। ବିଶେଷକରି ଗର୍ଭାବସ୍ଥାର ପ୍ରଥମ ୩ ମାସ ତୁଳସୀ ସେବନ କରିବା ଉଚିତ ନୁହେଁ।

୨. ମଧୁମେହ ରୋଗୀ – ଅନେକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ତୁଳସୀ ବ୍ଲଡ଼ ସୁଗାର କମ କରିବାରେ ସାହାଯ୍ୟ କରିଥାଏ। ମଧୁମେହ ରୋଗୀ ଯେଉଁମାନେ ଔଷଧ ଖାଉଥାନ୍ତି ସେମାନେ ତୁଳସୀ ସେବନ କଲେ ବ୍ଲଡ଼ ସୁଗାର ସ୍ଥର ବହୁତ କମ ହୋଇଯାଏ ଯାହା କ୍ଷତିକାରକ ହୋଇପାରେ। ମଧୁମେହ ରୋଗୀ ଡାକ୍ତରଙ୍କ ବିନା ପରାମର୍ଶରେ ତୁଳସୀ ସେବନ କରିବା ଉଚିତ ନୁହେଁ।


୩. ହାଇପୋଥାୟରାୟଡିଜ୍ମ ରୋଗୀ – ହାଇପୋଥାୟରାୟଡିଜ୍ମ ରୋଗୀ ଅର୍ଥାତ ଯେଉଁମାନଙ୍କ ଶରୀରରେ ଥାଇରଏଡ ହର୍ମୋନ ଥାଇରକ୍ସିନର ସ୍ଥର କମ ଥାଏ ସେମାନେ ମଧ୍ୟ ତୁଳସୀ ସେବନ କରିବା ଉଚିତ ନୁହେଁ। କାରଣ ତୁଳସୀ ଥାଇରକ୍ସିନ ସ୍ଥର କମ କରିଥାଏ। ଏହିଭଳି ରୋଗୀ ତୁଳସୀ ସେବନ କଲେ ଶରୀରରେ ଥାଇରକ୍ସିନ ହର୍ମୋନ ହ୍ରାସ ପାଇଥାଏ ଯାହା କ୍ଷତିକାରକ।

୪. ରକ୍ତ ପତଳା କରିଥାଏ – ତୁଳସୀ ପତ୍ରରେ ଏମିତି ଗୁଣ ଅଛି ଯାହା ରକ୍ତକୁ ପତଳା କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ପୂର୍ବରୁ ହିଁ ରକ୍ତ ପତଳା କରୁଥିବା ଔଷଧ- ୱାର୍ଫାରିନ୍ କିମ୍ବା ହେପାରିନ୍ ସେବନ କରୁଥାନ୍ତି ତାହେଲେ ସେମାନେ ତୁଳସୀ ସେବନ କରିବା ଉଚିତ ନୁହେଁ। ତୁଳସୀ ରକ୍ତ ପତଳା କରିବା କ୍ଷମତାକୁ ଦ୍ରୁତ କରିଥାଏ ଯାହା ଗମ୍ଭୀର ସମସ୍ୟା ଉତ୍ପନ୍ନ କରିପାରେ।

୫. ଅପରେସନ ରୋଗୀ – ତୁଳସୀ ପତ୍ର ରକ୍ତ ଜମାଟ ପ୍ରକ୍ରିୟାକୁ ମନ୍ଥର କରିଦେଇଥାଏ। ସେଥିପାଇଁ ଅପରେସନ ହେବାକୁଥିବା ରୋଗୀ ତୁଳସୀ ସେବନ କରିବା ଉଚିତ ନୁହେଁ। କାରଣ ଅପରେସନ ସମୟରେ ଅଧିକ ରକ୍ତସ୍ରାବ ହେବାର ଆଶଙ୍କା ଥାଏ। ସେଥିପାଇଁ ଅପରେସନର ଦୁଇ ସପ୍ତାହ ପୂର୍ବରୁ ତୁଳସୀ ସେବନ ନ କରିବା ଉଚିତ ଏବଂ ଅପରେସନ ପରେ ମଧ୍ୟ ସେବନ କରିବା ଉଚିତ ନୁହେଁ।


୬. ଫର୍ଟିଲାଇଟି ପ୍ରଭାବିତ ହୋଇଥାଏ – ଏ ସମ୍ବନ୍ଧରେ ମଣିଷ ଶରୀରରେ ଏବେ ସୁଦ୍ଧା କୌଣସି ଅଧ୍ୟୟନ ହୋଇନାହିଁ। କିନ୍ତୁ ପଶୁଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ତୁଳସୀ ଉଭୟ ମହିଳା ଓ ପୁରୁଷଙ୍କ ଫର୍ଟିଲାଇଟିକୁ ପ୍ରଭାବିତ କରିଥାଏ। ଅଧିକ ମାତ୍ରାରେ ତୁଳସୀ ସେବନ ଦ୍ୱାରା ସ୍ପର୍ମ କାଉଣ୍ଟ କମିଯାଇଥାଏ ଏବଂ ଫର୍ଟିଲାଇଜ ଅଣ୍ଡା ଗର୍ଭାଶୟ ସହ ଆଟାଚ ହେବାର ସମ୍ଭାବନା କମ ଥାଏ। ଗର୍ଭବତୀ ହେବାକୁ ଚାହୁଁଥିବା ମହିଳାମାନେ ତୁଳସୀ ସେବନ କରିବା ଉଚିତ ନୁହେଁ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ