ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ପୂଜାପାଠରେ ସମୟ ବିତିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବେପାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ।

ବୃଷ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କୁ ଦରକାରୀ ବସ୍ତୁ ଉପହାର ଦେବେ।

ମିଥୁନ: ବିଶେଷ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କର୍କଟ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖିଥିବା ଯୋଗୁଁ ସରକାରୀ କାମରେ ଲାଭ ହେବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପ୍ରିୟବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ।

ସିଂହ: ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ। ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ କାମ କରନ୍ତୁ। ଚାକିରିରେ ପଦୋନ୍ନତିର ଯୋଗ ଅଛି।

କନ୍ୟା: ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ, ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ ଅଛି।

ତୁଳା: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ନିହାତି ଆବଶ୍ୟକତା ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ। ଅଫିସ କାମରେ ଅବହେଳା କରନ୍ତୁ ନାହିଁ।

ବିଛା: ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ଜୀବନରେ ଖୁସି ବଜାୟ ରହିବ। ଫେସନ୍ ଡିଜାଇନ୍ ଛାତ୍ର କିଛି ନୂଆ ଶିଖିବେ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ।

ଧନୁ: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ତାଙ୍କ ସହ ମିଶି ବେପାର କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖକର ହେବ।

ମକର: ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରକୁ ନେଇ ଭଲ ନିଷ୍ପତ୍ତି ନେବେ। ଜମିରେ ନିବେଶ ପୂର୍ବରୁ ମୁରବିଙ୍କ ସହ ବିଚାର ବିମର୍ଶ କରନ୍ତୁ।

କୁମ୍ଭ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। ପୂର୍ବରୁ ନେଇଥିବା ନିଷ୍ପତ୍ତିରୁ ଭଲ ଫଳ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ।

ମୀନ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଶେଷ ସଫଳତା ମିଳିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।