କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା; କୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ: ଜି. କିଷନ୍ ରେଡ୍ଡୀ

ନୂଆଦିଲ୍ଲୀ: କ‌ୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ ବୋଲି ଆଜି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି।

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସମ୍ବନ୍ଧରେ ଓଡ଼ିଆ ସମ୍ପ୍ରଦାୟ ଏବଂ କେତେକ ପ୍ରତିନିଧି ବାରମ୍ବାର କରୁଥିବା ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି କି, ନାହିଁ ବୋଲି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ମନ୍ତ୍ରୀଙ୍କୁ ପଚାରିଥିଲେ।

ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବାଦ୍ବାରା ଓଡ଼ିଶୀ ସଙ୍ଗୀତ ଜନପ୍ରିୟ ହେବା ସହ ସମଗ୍ର ଦେଶର ସଙ୍ଗୀତପ୍ରେମୀଙ୍କୁ ଆନନ୍ଦ ଦିଅନ୍ତା ବୋଲି ସେ କହିଥିଲେ। ପ୍ରସଙ୍ଗକୁ ଅଧିକ ସ୍ପଷ୍ଟ ଭାବେ ବୁଝାଇ ଦେବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରି ସେ ଆହୁରି ମଧ୍ୟ ପଚାରିଥିଲେ, ଏ ସଂକ୍ରାନ୍ତରେ ସରକାର କିଛି ବିଚାର କରୁଛନ୍ତି କି? ଯଦି ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ଦିଅନ୍ତି, ତା’ର କାରଣ ଦର୍ଶାଇବେ କି?

ଏହାର ଉତ୍ତର ଉପସ୍ଥାପନ କରି ମନ୍ତ୍ରୀ ଜି. କି‌ଷନ୍‌ ରେଡ୍ଡୀ କହିଲେ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ଲାଗି ଅନୁରୋଧ କରି ଭୁବନେଶ୍ବରର ‘ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମି’ର ପ୍ରତିଷ୍ଠାତା ସଭାପତି ତଥା ଅଧ୍ୟକ୍ଷ ଗୁରୁ ଗୋପାଳ ପଣ୍ଡା, ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ୍‌ ମ୍ୟୁଜିକ୍‌’ର ଅଧ୍ୟକ୍ଷ ପ୍ରଫେସର୍‌ ପି. କେ. ମିଶ୍ର ଏବଂ ରାଜ୍ୟସଭା ସାଂସଦ ଡକ୍ଟର୍‌ ଅମର ପଟ୍ଟନାୟକଙ୍କ ଠାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ସ୍ବଂୟଶାସିତ ସଂଗଠନ ‘ସଙ୍ଗୀତ ନାଟକ ଏକାଡେମି’ ପ୍ରସ୍ତାବମାନ ଗ୍ରହଣ କରିଛି। କିନ୍ତୁ, କୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,