ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ରହସ୍ୟ ରହିଛି, ଯାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଖୁଲାସା ହୋଇନାହିଁ । ଏଥିରେ ଅନେକ ଦ୍ୱୀପ ବା ଆଇଲ୍ୟାଣ୍ଡର ନାଁ ବି ସାମିଲ ରହିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଏକ ଆଇଲ୍ୟାଣ୍ଡ ବିଷୟରେ, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି କାରଣ ଯୋଗୁଁ ରହସ୍ୟମୟ ଦ୍ୱୀପକୁ କାହାକୁ ବି ଯିବାକୁ ଅନୁମତି ଦିଆଯାଉ ନାହିଁ । ତାହା ହେଉଛି ଇଟାଲିର ପୋଭେଜ୍ଳିଆ ଆଇଲ୍ୟାଣ୍ଡ, ଯାହାକି ନିଜର ରହସ୍ୟକୁ ନେଇ ବେଶ ଜଣାଶୁଣା । ଏହି ଆଇଲ୍ୟାଣ୍ଡ ଇଟାଲୀର ଭେନିଓ ସହର ଓ ଲିଡୋ ମଧ୍ୟରେ ଭେନେଶିୟନରେ ରହିଛି ।
ଏହି ଆଇଲ୍ୟାଣ୍ଡର ରହସ୍ୟରୁ ପରଦା ଉଠାଇବାକୁ ଅନେକ ଲୋକ ସେଠାକୁ ଯାଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କେହିବି ସେଠାରୁ ଫେରିକି ଆସିନାହାନ୍ତି । ସେଠାରେ ଯିବା ଆସିବାକୁ ନେଇ ଇଟାଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ସେହି ଆଇଲ୍ୟାଣ୍ଡକୁ କେହି ଯାଇପାରିବେ ନାହିଁ ।
ଏହି ଆଇଲ୍ୟାଣ୍ଡ ବିଷୟରେ କୁହାଯାଉଛି ଯେ, ଶହ ଶହ ବର୍ଷ ପୂର୍ବେ ଇଟାଲୀରେ ପ୍ଲେଗ ମହାମାରୀ ଭୟଙ୍କର ଭାବେ ବ୍ୟାପିଥିଲା ଓତାହାର କୌଣସି ଚିକିତ୍ସା ବାହାରି ନଥିଲା । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ନିଜ ଲୋକଙ୍କ ପାଇଁ ଚିନ୍ତାରେ ଥିଲେ । ମହାମାରୀ ଯେପରି ଅଧିକ ଭୟଙ୍କର ନହେଉ, ସେଥିପାଇଁ ସରକାର ପ୍ରାୟ ୧,୬୦,୦୦୦ ଆକ୍ରାନ୍ତଙ୍କୁ ସେହି ଆଇଲ୍ୟାଣ୍ଡକୁ ନେଇ ଜୀଅନ୍ତା ଜଳାଇଦେଇଥିଲେ । କିନ୍ତୁ କିଛି ପରେ ଦେଶରେ କଳା ଜ୍ୱର ନାମକ ଏକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା ।