ଦେଶ ବିଦେଶ ପର୍ଯ୍ୟଟନ

ଦୁନିଆର ସବୁଠାରୁ ଭୟଙ୍କର ଆଇଲ୍ୟାଣ୍ଡ, ଯେଉଁଠାରେ ୧,୬୦,୦୦୦ ରୋଗୀଙ୍କୁ ଏକାସାଙ୍ଗରେ ଜଳାଇ ଦିଆଯାଇଥିଲା

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ରହସ୍ୟ ରହିଛି, ଯାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଖୁଲାସା ହୋଇନାହିଁ । ଏଥିରେ ଅନେକ ଦ୍ୱୀପ ବା ଆଇଲ୍ୟାଣ୍ଡର ନାଁ ବି ସାମିଲ ରହିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଏକ ଆଇଲ୍ୟାଣ୍ଡ ବିଷୟରେ, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି କାରଣ ଯୋଗୁଁ ରହସ୍ୟମୟ ଦ୍ୱୀପକୁ କାହାକୁ ବି ଯିବାକୁ ଅନୁମତି ଦିଆଯାଉ ନାହିଁ । ତାହା ହେଉଛି ଇଟାଲିର ପୋଭେଜ୍ଳିଆ ଆଇଲ୍ୟାଣ୍ଡ, ଯାହାକି ନିଜର ରହସ୍ୟକୁ ନେଇ ବେଶ ଜଣାଶୁଣା । ଏହି ଆଇଲ୍ୟାଣ୍ଡ ଇଟାଲୀର ଭେନିଓ ସହର ଓ ଲିଡୋ ମଧ୍ୟରେ ଭେନେଶିୟନରେ ରହିଛି ।

ଏହି ଆଇଲ୍ୟାଣ୍ଡର ରହସ୍ୟରୁ ପରଦା ଉଠାଇବାକୁ ଅନେକ ଲୋକ ସେଠାକୁ ଯାଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କେହିବି ସେଠାରୁ ଫେରିକି ଆସିନାହାନ୍ତି । ସେଠାରେ ଯିବା ଆସିବାକୁ ନେଇ ଇଟାଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ସେହି ଆଇଲ୍ୟାଣ୍ଡକୁ କେହି ଯାଇପାରିବେ ନାହିଁ ।

ଏହି ଆଇଲ୍ୟାଣ୍ଡ ବିଷୟରେ କୁହାଯାଉଛି ଯେ, ଶହ ଶହ ବର୍ଷ ପୂର୍ବେ ଇଟାଲୀରେ ପ୍ଲେଗ ମହାମାରୀ ଭୟଙ୍କର ଭାବେ ବ୍ୟାପିଥିଲା ଓତାହାର କୌଣସି ଚିକିତ୍ସା ବାହାରି ନଥିଲା । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ନିଜ ଲୋକଙ୍କ ପାଇଁ ଚିନ୍ତାରେ ଥିଲେ । ମହାମାରୀ ଯେପରି ଅଧିକ ଭୟଙ୍କର ନହେଉ, ସେଥିପାଇଁ ସରକାର ପ୍ରାୟ ୧,୬୦,୦୦୦ ଆକ୍ରାନ୍ତଙ୍କୁ ସେହି ଆଇଲ୍ୟାଣ୍ଡକୁ ନେଇ ଜୀଅନ୍ତା ଜଳାଇଦେଇଥିଲେ । କିନ୍ତୁ କିଛି ପରେ ଦେଶରେ କଳା ଜ୍ୱର ନାମକ ଏକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ