ଦେଶ ବିଦେଶ ମନୋରଞ୍ଜନ

ବିବାହ କରିବାକୁ ଚାହୁଁ ନଥିଲେ କାଜୋଲ, ଅଜୟଙ୍କୁ ଭେଟିବା ପରେ ବଦଳି ଯାଇଥିଲା ନିଷ୍ପତ୍ତି…

ମୁମ୍ବାଇ ୦୩।୧୨ : ବଲିଉଡର ବହୁ ଲୋକପ୍ରିୟ ଜଣାଶୁଣା ଦମ୍ପତ୍ତି କାଜୋଲ ଓ ଅଜୟ ଦେବଗନ୍। ସେ ନିଜ ଅଭିନୟ ବଳରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ୯୦ ଦଶକରେ ବଲିଉଡରରେ ଦୁହିଁଙ୍କର ବେଶ୍‌ ଦବ୍‌ଦବା ରହିଥିଲା। କଜୋଲ ଥିଲେ ବ-ଟାଉନର ଆଗ ଧାଡିର ନାୟିକା ଥିଲେ । ଆଜି ବି ତାଙ୍କ କ୍ରେଜ୍‌ କିଛି କମି ନୁହେଁ । ହେଲେ ନିକଟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସ କରିଛନ୍ତି ।

ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । ସେ କହିଥିଲେ କି ଅଜୟଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ବଲିଉଡର ଅଭିନେତ୍ରୀ କାଜୋଲ ବିବାହ ନାଁ ଶୁଣିଲେ ଚିଡି ଯାଉଥିଲେ। ବିବାହ ଏବଂ ସେ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ସେ ବିବାହକୁ ଶକ୍ତ ବିରୋଧ କରୁଥିଲେ। କିନ୍ତୁ ଅଜୟଙ୍କୁ ଭେଟିବା ପରେ ତାଙ୍କର ଏହି ଚିନ୍ତିା ଧାରା ବଦଳି ଯାଇଥିଲା ବୋଲି ନିକଟରେ ଏକ ସାକ୍ଷାତକାର୍‌ରେ ନିଜେ କାଜୋଲ କହିଛନ୍ତି। ସେ କହିଛନ୍ତି, ଅଜୟଙ୍କ ପର୍ସନାଲିଟି ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତାଙ୍କ ଚିନ୍ତାଧାରା ଓ ତାଙ୍କ ସ୍ଥିରତା କାଜୋଲଙ୍କୁ ବଦଳିବା ପାଇଁ ବାଧ୍ୟ କରିଦେଇଥିଲା। ଏକ ଚାଟ୍ ଶୋ’ରେ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ କଥାବାର୍ତ୍ତା ବେଳେ କାଜୋଲ କହିଥିଲେ ଯେ ‘ସେ ଜଣେ ଏଭଳି ମଣିଷ ଥିଲେ ଯିଏ କି କେବେ ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ଅଜୟଙ୍କୁ ଭେଟିବା ପରେ ତାଙ୍କ ଚିନ୍ତାଧାରାରେ ସ୍ଥିରତା ଆସିଥିଲା। ତାଙ୍କୁ ଖୁବଶୀଘ୍ର ଜଣେ ସଠିକ୍‌ ବ୍ୟକ୍ତି ମିଳିଯାଇଥିଲେ ବୋଲି ସେ କହିଛନ୍ତି।

କାଜୋଲ ଏବଂ ଅଜୟ ପ୍ରଥମ ଥର ପାଇଁ ୧୯୯୫ରେ ଆସିଥିବା ଫିଲ୍ମ ‘ହଲଚଲ’ର ଶୁଟିଂ ସେଟ୍‌ରେ ଭେଟିଥିଲେ। ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ସେତେଟା ଭଲ ସମ୍ପର୍କ ନଥିଲା। କିନ୍ତୁ ପରେ ଦୁହେଁ ପରସ୍ପରକୁ ଡେଟିଂ କରିଥିଲେ। ଏହାପରେ ଦୁହେଁ ୧୯୯୯ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ କାଜୋଲ ଏକ ଝିଅକୁ ଜନ୍ମ ଦେଇଥିଲେ । ପରେ ୨୦୧୦ରେ ପୁଅକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଦୁହେଁ ଖୁସିର ଜୀବନ ଅତିବାହିତ କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ