ଦେଶ ବିଦେଶ ସ୍ୱାସ୍ଥ୍ୟ

ଏହି ବ୍ଲଡ୍ ଗ୍ରୁପର ଲୋକଙ୍କୁ କରୋନା ସଙ୍କଟ ବେଶି, ନୂତନ ଅଧ୍ୟୟନରୁ ହେଲା ଖୁଲାସା

ନୂଆଦିଲ୍ଲୀ: ବିଶ୍ୱରୁ କରୋନା ସଙ୍କଟ ଟଳିବାର ନାଁ ଧରୁନି । ଏହାରି ମଧ୍ୟରେ ଆଉ ଏକ ନୁତନ ଭାରିଆଣ୍ଟ ଚିନ୍ତାକୁ ଦ୍ୱିଗୁଣିତ କରିଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବାରମ୍ବାର ସଂକ୍ରମଣକୁ ନେଇ ଚେତାବନୀ ଜାରୀ କରୁଛନ୍ତି । ସଂକ୍ରମଣ ଠାରୁ ନିଜ କୁ କିପରି ଭାବରେ ଦୂରେଇ ରଖାଯାଇପାରିବ ସେ ନେଇ ବିଭିନ୍ନ ପନ୍ଥା ସମ୍ପର୍କରେ ଅବଗତ କରାଉଛନ୍ତି । ହେଲେ ଏହାରି ଭିତରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜେ୍ଞ ମାନେ ଏକ ରିସର୍ଚ୍ଚ କରିଛନ୍ତି । ଯାହା ଲୋକଙ୍କ ବ୍ଲଡ୍ ଗ୍ରୁପ୍ ସହିତ ଜଡ଼ିତ ।

ଦିଲ୍ଲୀର ବିଶେଷଜ୍ଞଙ୍କ କହିବାନୁସାରେ, ଯେଉଁ ଲୋକଙ୍କ ବ୍ଲଡ୍ ଗ୍ରୁପ୍ “ଏ”, “ବି” ଓ “ଆରଏଚ୍” ସହିତ ରହିଛି ସେମାନେ କରୋନା ଭାଇରସ୍ ପ୍ରତି ଅଧିକ ସମ୍ବେଦନଶୀଳ । ଅନ୍ୟପଟେ ଯେଉଁମାନଙ୍କ ବ୍ଲକ୍ ଗ୍ରୁପ୍ “ଓ”, “ଏବି”, “ଆରଏଚ୍” ରହିତ ସେମାନଙ୍କୁ କରୋନା ସଙ୍କଟ କମ୍ ରହିବ । ସର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ମଙ୍ଗଳବାର ଦିନ ଏକ ବୟାନ ମାଧ୍ୟମରେ କୁହାଯାଇଛି ଯେ, ୨୦୨୦ ଏପ୍ରିଲ ୮ ତାରିଖରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଭର୍ତ୍ତି ହୋଇଥିବା ୨,୫୮୬ ଜଣ କରୋନା ରୋଗୀଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା ।

ରିସର୍ଚ୍ଚ କୋ-ରାଇଟର୍ ଓ ହସ୍ପିଟାଲର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ବିଭାଗର ମୁଖ୍ୟ ଡ. ବିବେକ୍ ରଞ୍ଜନ କହିଛନ୍ତି ଯେ, ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବି ବ୍ଲଡ୍ ଗ୍ରୁପ୍ ର ପୁରୁଷ ରୋଗୀଙ୍କୁ ମହିଳା ରୋଗୀଙ୍କୁ ତୁଳନାରେ କୋଭିଡ୍ ଆଶଙ୍କା ଅଧିକ ରହିଛି । ଖାଲି ସେତିକି ନୁହେଁ ରିସର୍ଚ୍ଚରୁ ଏହା ବି ସାମନାକୁ ଆସିଛି ଯେ, ବ୍ଲଡ୍ ଗ୍ରୁପ୍ ଏ ଓ ଆରଏଚ୍ ସହିତ ରକ୍ତ ଥିବା ରୋଗୀଙ୍କୁ ସଂକ୍ରମଣରୁ ଠିକ୍ ହେବା ପାଇଁ କମ୍ ସମୟ ଲାଗିଥାଏ । କିନ୍ତୁ ଓ ଏବଂ ଆରଏଚ୍ ରହିତ କରୋନା ରୋଗୀଙ୍କୁ ଠିକ୍ ହେବା ପାଇଁ ଅଧିକ ସମୟ ଲାଗୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ