ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ପାଖକୁ ବାରମ୍ବାର ଆସୁଛି ହତ୍ୟା ଧମକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା କରିବା ନେଇ ଧମକ ମିଳୁଥିବାରୁ ଏନେଇ କଙ୍ଗନା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ କଙ୍ଗନା ଅଭିଯୋଗର କପି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ “ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମନେ ପକାଇ ମୁଁ ଲେଖିଥିଲି କି ଦେଶଦ୍ରୋହୀ ଆତଙ୍କବାଦୀଙ୍କୁ କେବେ କ୍ଷମା କରାଯାଇପାରିବ ନାହିଁ, ଏଭଳି ଘଟଣା ଦେଶ ଭିତରେ ଥିବା ବିଶ୍ୱାସଘାତକମାନଙ୍କ ଦ୍ୱାରା କରାଯାଉଛି, ଦେଶଦ୍ରୋହୀମାନେ କେବେ ଅର୍ଥ ଲୋଭ ତ କେବେ ପଦ ଲୋଭରେ ଭାରତମାତାକୁ କଳଙ୍କିତ କରିବାର ସୁଯୋଗ ହାତଛଡା କରୁ ନାହାଁନ୍ତି । ଏଭଳି ଲେଖିବା ପରେ ମୋତେ ବାରମ୍ବାର ହତ୍ୟା ଧମକ ମିଳୁଛି” ।

କେବଳ ସେତିକି ନୁହେଁ କଙ୍ଗନା ଆହୁରି ଲେଖିଛନ୍ତି ଯେ ମୋର ଏଭଳି ପୋଷ୍ଟ ପରେ ମୋତେ ବାରମ୍ବାର ହତ୍ୟା ଧମକ ମିଳୁଛି । ଭଟିଣ୍ଡାର ଜଣେ ବ୍ୟକ୍ତି ତାଙ୍କୁ ଖୋଲା ଖୋଲି ହତ୍ୟା ଧମକ ଦେଉଥିବା କଥା ବି କଙ୍ଗନା କହିଛନ୍ତି । ଅନ୍ୟପଟେ ଏଭଳି ହତ୍ୟା ଧମକକୁ ସେ ଡରି ନଯାଇ କହିଛନ୍ତି କି ଦେଶଦ୍ରୋହୀଙ୍କ ବିରୋଧରେ ଆଗରୁ କହୁଥିଲି ଓ ଏବେ ବି ମଧ୍ୟ କହିବା ଜାରି ରଖିବି । ସେମାନେ ନକ୍ସଲ ହୁଅନ୍ତୁ, ଟୁକଡେ ଟୁକଡେ ଗ୍ୟାଙ୍ଗ ହେଉ କିମ୍ବା ଦେଶକୁ ବିଦେଶରେ ରହି ଭାରତକୁ ଅଲଗା କରି ଖଲିସ୍ତାନ ନିର୍ମାଣ କରୁଥିବାର ଆତଙ୍କବାଦୀ ହୁଅନ୍ତୁ । ଦେଶ ବିରୋଧରେ ଯିଏ କାର୍ଯ୍ୟ କରିବ ତାକୁ ମୁଁ ବିରୋଧ କରିବି ବୋଲି କଙ୍ଗନା ମତ ଦେଇଛନ୍ତି ।

ଅନ୍ୟପଟେ ଅଭିଯୋଗକୁ ନେଇ କଙ୍ଗନା କହିଛନ୍ତି କି “ମୋତେ ଧମକ ଦେଉଥିବା ଲୋକମାନଙ୍କ ବିରୋଧରେ ମୁଁ ପୋଲିସରେ ଅଭିଯୋଗ କରିଛି । ମୋର ଭରଶା ଅଛି କି ପଞ୍ଜାବ ସରକାର ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ”

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ