ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଡାକ୍ତରୀ ପିଜି ନାମଲେଖାରେ ଅଚଳାବସ୍ଥା: ସୁପ୍ରି‌ମ୍‌କୋର୍ଟରେ ମାମଲା ଯୋଗୁଁ ବର୍ଷେ ବରବାଦ୍‌, ପ୍ରତିବାଦ କରିବାକୁ ଡାକ୍ତରୀ ସଂଘ ସଜବାଜ

କଟକ: ଡାକ୍ତରୀ ପିଜିରେ ନାମଲେଖାଇବାକୁ ଆଶା ବାନ୍ଧି ବସିଥିବା ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ସଂପୂର୍ଣ୍ଣ ବରବାଦ୍‌ ହେବାକୁ ଯାଉଛି। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟରେ ମାମଲା ଗଡୁଥିବା ବେଳେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ସମୟରୁ ଇତିମଧ୍ୟରେ ୮ମାସ ଗଡିଗଲାଣି। ସେମାନଙ୍କର କାଉନସେଲିଙ୍ଗ ବି ଆରମ୍ଭ ହୋଇପାରୁନି। ୨୦୨୧ରେ ନାମଲେଖା ପାଇଁ ଏଭଳି ସ୍ଥିତି ରହିଥିବା ବେଳେ ଇତିମଧ୍ୟରେ ୨୦୨୨ ପାଇଁ ସର୍ବଭାରତୀୟ ମେଡିକାଲ ପିଜି ପ୍ରବେଶିକା‌ ପରୀକ୍ଷା (ଏନ୍‌ଟିଏ) ମାର୍ଚ୍ଚ ୧୨ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଭଳି ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କନିଷ୍ଠ ଡାକ୍ତର ସଂଘ ପକ୍ଷରୁ କଳାବ୍ୟାଜ୍‌ ପିନ୍ଧି ଏହାର ପ୍ରତିବାଦ କରାଯିବ ବୋଲି ସୂଚନା ଦିଆଯାଇଛି। ସର୍ବଭାରତୀୟ ଡାକ୍ତରୀ ନାମଲେଖା କ୍ଷେତ୍ରରେ ପଛୁଆବର୍ଗ (ଓବିସି), ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଛି। ଫଳରେ ସର୍ବଭାରତୀୟସ୍ତରରେ ଓବିସି ପାଇଁ ୨୭ ପ୍ରତିଶତ ଓ ଇଡବ୍ଲୁଏସ୍‌ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ।

ତା ସହିତ ପୂର୍ବରୁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ସମାନ ରହିବ। ଏଭଳି ବ୍ୟବସ୍ଥା ଫଳରେ ସର୍ବଭାରତୀୟ ସ୍ତରରେ ୬୭ ପ୍ରତିଶତ ବିଭିନ୍ନ ବର୍ଗରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଏହାକୁ ଚାଲେଞ୍ଜ କରି ଡାକ୍ତରୀ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାରିଖ ପରେ ତାରିଖ ପଡୁଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରି ୬ରେ ରହିଥିବା ଜଣାପଡିଛି। ପିଜି ନାମଲେଖା ପାଇଁ ୨୦୨୧ ମାର୍ଚ୍ଚ ଭିତରେ ପରୀକ୍ଷା ସରିବା ଓ କାଉନସେଲିଙ୍ଗ ହେବା କଥା। କିନ୍ତୁ ଚଳିତବର୍ଷ କୋଭିଡ୍‌ ପାଇଁ ଏହି ପରୀକ୍ଷା ବିଳମ୍ବ ହେବା ସହ ସେପ୍ଟେମ୍ବରରେ ପରୀକ୍ଷା ହୋଇ ସେହି ମାସରେ ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା। କିନ୍ତୁ କୋର୍ଟରେ ମାମଲା ଥିବା ଯୋଗୁଁ ଏପର୍ଯ୍ୟନ୍ତ କାଉନସେଲିଙ୍ଗ ହୋଇପାରିନି। ଅନ୍ୟପଟେ ଏହି କା‌ଉନସେଲିଙ୍ଗ ବ୍ୟବସ୍ଥା ଦୁଇଟି ପର୍ଯ୍ୟାୟରେ ହେବ। ଗୋଟିଏ ସର୍ବଭାରତୀୟସ୍ତରର ଓ ଗୋଟିଏ ରାଜ୍ୟସ୍ତରୀୟ । କିନ୍ତୁ ୮ମାସ ପରେ ବି କାଉନସେଲିଙ୍ଗ ହୋଇ ନଥିବାରୁ ପିଲାଙ୍କର ଗୋଟିଏ ବର୍ଷ ପଛେଇ ଯିବା ଭଳି ସ୍ଥିତି ଏବେ ସୃଷ୍ଟି ହେଲାଣି। ଏଭଳି ସ୍ଥିତିରେ ସରକାର କାଉନସେଲିଙ୍ଗ ବ୍ୟବସ୍ଥା‌କୁ ତ୍ବରାନ୍ବିତ କରିବା ପାଇଁ ଏସ୍‌ସିବିର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ କଳାବ୍ୟାଜ୍‌ ପରିଧାନ କରି ଏହାର ପ୍ରତିବାଦ କରାଯିବ ବୋଲି ସଭାପତି ଡାକ୍ତର ଚାମଚନ୍ଦ୍ର ସାହୁ ଓ ସଂପାଦକ ଡାକ୍ତର କ୍ଷୀତି ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏଭଳି ବିଳମ୍ବିତ ପ୍ରକ୍ରିୟା ଦ୍ବାରା ଗୋଟିଏ ବ୍ୟାଚ୍ ଖାଲି ପଡିଥିବା‌ ସେମାନେ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି