ଖେଳ ଦେଶ ବିଦେଶ

ଆଇପିଏଲ ଫାଇନାଲରେ ବୋଲିଂ କରିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା ! ଜାଣନ୍ତୁ କାହିଁକି…

ଦୁବାଇ, ୧୦।୧୧: ମଙ୍ଗଳବାର ଆଇପିଏଲ-୨୦୨୦ ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚରେ କିନ୍ତୁ ବୋଲିଂ କରିବେ ନାହିଁ ମୁମ୍ବାଇର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କାରଣ ସେ ବୋଲିଂକୁ ନେଇ ଏତେ ସହଜ ମନେ କରୁନାହାଁନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ।

ରୋହିତ କହିଛନ୍ତି ଯେ, ବୋଲିଂ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଛାଡି ଦିଆଯାଇଛି । ଏମିତି ବି ସେ ବୋଲିଂକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ଯଦି ତାଙ୍କୁ ଲାଗେ କି ସେ ବୋଲିଂ କରିପାରିବେ ତେବେ କିଏ ମନା କରିବେ ନାହିଁ । କିନ୍ତୁ ହାର୍ଦ୍ଦିକଙ୍କ ପେଟରେ ଆଘାତ ଲାଗିଛି । ତେଣୁ ସେ ବୋଲିଂ କରିପାରିବେ ନାହିଁ ।

ରୋହିତ ଆହୁରି କହିଛନ୍ତି ଯେ, ଏହା ଫାଇନାଲ ମୁକାବିଲା । ଟିମ୍ ମ୍ୟାନେଜମଣ୍ଟ କୌଣସି ଖେଳାଳିଙ୍କ ଉପରେ ଚାପ ପକାଇବାକୁ ଚାହୁଁନାହିଁ । କାରଣ ଏପରି କଲେ ଖେଳାଳିଙ୍କ ମନୋବଳ ହ୍ରାସ ପାଇବ । ସେମାନେ ପଡିଆରେ ନିଜର ସ୍ୱାଭାବିକ ଖେଳ ପ୍ରଦର୍ଶନ କରିପାରିବେ ନାହିଁ । ହାର୍ଦ୍ଦିକ ଚଳିତ ସିଜିନରେ ବହୁତ କମ୍ ମ୍ୟାଚରେ ବୋଲିଂ କରିଛନ୍ତି । ତେବେ ସେ ଆକର୍ଷଣୀୟ ବ୍ୟାଟିଂ କରିଛନ୍ତି । ଏପରିକି ମୁମ୍ବାଇ ପାଇଁ ଅନେକ ଧୂଆଧାର ପାଳି ଖେଳିଛନ୍ତି ।

ଆଇପିଏଲ-୨୦୨୦ର ଫାଇନାଲ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ । ମୁମ୍ବାଇ ୫ମ ଥର ପାଇଁ ବିଜେତା ହେବାକୁ ପ୍ରାୟସ କରିବ । ତେବେ ଦିଲ୍ଲୀ ମଧ୍ୟ ନିଜର ପ୍ରଥମ ଟ୍ରଫି ଜିତିବା ପାଉଁ ଉଦ୍ୟମ କରିବ । ଦିଲ୍ଲୀ ଆଇପିଏଲର ୧୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ପକ୍କା କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ