ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ସ୍ଥଗିତ କାମ ସମାପ୍ତ କରି ପାରିବେ। ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ।

ବୃଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବଡ଼ ନିବେଶ ପାଇଁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ରହିବ।

ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମରେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଶିଖିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବୈବାହିକ ଜୀବନରେ ଖୁସି ବଜାୟ ରହିବ।

କର୍କଟ: ବନ୍ଧୁ ଓ ପରିଜନଙ୍କ ସହ ସମୟ ଅତିବାହିତ କରିବେ। କ୍ୟାରିୟରରେ ପରିବର୍ତ୍ତନ ଆଣିବାରେ ସଫଳ ହେବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି।

କନ୍ୟା: ମାତାପିତାଙ୍କ ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।

ତୁଳା: ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ବିଛା: ଆପଣ ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ଭରିବ। ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତ ପାଇଁ ଦିନଟି ଭଲ।

ଧନୁ: ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଅଚାନକ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ।

ମକର: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ସବୁ ସମସ୍ୟାର ନିବାରଣ ହେବ। ବନ୍ଧୁ ସହିତ କୌଣସି କଥାରେ ତର୍କ ହୋଇପାରେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

କୁମ୍ଭ: କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ କରିପାରନ୍ତି। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମୀନ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ବନ୍ଧୁ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଉତ୍ତମ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।