ଦେଶ ବିଦେଶ ମନୋରଞ୍ଜନ

ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେନି ସାମନ୍ଥା

ନୂଆଦିଲ୍ଲୀ ୨୫/୧୧: ନଭେମ୍ବର ୨୪ରେ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ଥ୍ୟାଙ୍କ୍‌ୟୁ’ ଏବଂ ‘ବଙ୍ଗାରରାଜୁ’ର ଟିଜର୍ ରିଲିଜ୍ ହୋଇଛି। ଏହି ବିଶେଷ ଅବସରରେ ନାଗା ଚୈତନ୍ୟଙ୍କୁ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶଂସକ ଆଶା କରିଥିଲେ ଯେ ତାଙ୍କ ପୂର୍ବତନ ପତ୍ନୀ ସାମନ୍ଥା ତାଙ୍କୁ ଶୁଭେଚ୍ଛା ଜଣାଇବେ କିନ୍ତୁ ତାହା ହୋଇ ହୋଇନାହିଁ।

ସୂଚନା ଅନୁଯାୟୀ, ସାମନ୍ଥା ନାଗା ଚୈତନ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନାହାଁନ୍ତି କିମ୍ବା ତାଙ୍କ ଫିଲ୍ମର ଟିଜରରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ସାମନ୍ଥା ଏବଂ ନାଗା ସେମାନଙ୍କ ବିବାହର ଚତୁର୍ଥ ବାର୍ଷିକୀ ପୂର୍ବରୁ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ। ଅକ୍ଟୋବର ୭ରେ ସେମାନଙ୍କର ବିବାହ ଚାରି ବର୍ଷ ପୂରଣ ହେବାକୁ ଯାଉଥିଲା କିନ୍ତୁ ଏହା ପୂର୍ବରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ଅନେକ ମାସ ପୂର୍ବରୁ ଉଭୟଙ୍କ ଛାଡପତ୍ର ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା, ଯାହା ପରେ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ