ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି, ଆଜିବି ଦର୍ଶକଙ୍କ ହୃଦୟରେ ଘରକରି ରହିଛି, ଯେମିତି ମୁକ୍ତିଲାଭ କରିବା ସମୟରେ ଥିଲା। ଏହି ଫିଲ୍ମଟି ବଲିଉଡର ସବୁଠାରୁ ହିଟ୍ ସିନେମା ମଧ୍ୟରୁ ଅନ୍ୟତମ । ଯାହାର କ୍ରେଜ୍ ଆଜିବି ଆଜିବି ଦେଖିବାକୁ ମିଳୁଛି ।

କାଜୋଲ ଏହି ଫିଲ୍ମ ବିଷୟରେ କଥା ହେବା ସମୟରେ କହିଛନ୍ତି, ଏହି ଫିଲ୍ମକୁ ସବୁବେଳେ ଲୋକେ ପସନ୍ଦ କରି ଆସିଛନ୍ତି ଓ ଆଶା କରୁଛି ଆଗକୁ ମଧ୍ୟ ପସନ୍ଦ କରିବେ ।

ସେ ଏକଥା ମଧ୍ୟ କହିଛନ୍ତି ଯେ, ଫିଲ୍ମ ସୁଟିଂ ସମୟରେ ଆମେ ଭାବିବି ନଥିଲୁ,ଆମେ ଏମିତି କିଛି କରିବାକୁ ଯାଉଛୁ । ଆଶା ଥିଲା ଫିଲ୍ମ ହିଟ୍ ହେବ । ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲୁ ଫିଲ୍ମର ଗୀତ ଏବଂ ଏହା ସହିତ ଜଡିତ ସବୁକିଛି ଭଲ ହେଉ । କିନ୍ତୁ ମତେ ଲାଗୁନାହିଁ ଆମମାନଙ୍କ ମଧ୍ୟରୁ କେହିହେଲେ ଭାବିଥିବେ,ଫିଲ୍ମର ଏଭଳି ପ୍ରଭାବ ପଡିବ ଦର୍ଶକଙ୍କ ଉପରେ ।

ସୂଚନାଯୋଗ୍ୟ :୧୯୯୫ରେ ରେ ୪ କରୋଡ୍ ବଜେଟ୍‌ରେ ନିର୍ମିତ ହୋଇଥିବା ଏହି ବ୍ଲକବଷ୍ଟର ଫିଲ୍ମ, ମୋଟ ୮୯ କୋଟି ଟଙ୍କା ରୋଜଗାର କରିଥିବା ବେଳେ, ଭାରତ ବାହାରେ ଏହା ୧୩,୫୦ କୋଟି ଟଙ୍କା ରୋଜଗାର କରିଥିଲା । ୧୯୯୫ରେ ବିଶ୍ୱରେ ଏହି ଫିଲ୍ମ ରୋଜଗାର କରିଥିଲା ସର୍ବମୋଟ ୧୦୨,୫୦ କୋଟି ଟଙ୍କା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ
କଳା ଓ ସଂସ୍କୃତି ମନୋରଞ୍ଜନ

ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ

କଲିକତା ୨୨/୧୦: ଲକଡାଉନ ଓ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ସେ ଯେଉଁ ଭଳି ଭାବେ ସାହାଯ୍ୟର ହାତ ବଢ଼ାଇଛନ୍ତି ତାଙ୍କର ପ୍ରଶଂସା ଚାରିଆଡେ କରାଯାଉଛି। ତେବେ