ଖେଳ ଦେଶ ବିଦେଶ

ନୂଆ ସିଇଓ ନିଯୁକ୍ତ କଲା ଆଇସିସି; ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି) ପକ୍ଷରୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ ଘରୋଇ କ୍ରିକେଟ ଖେଳାଳି ଜିଓଫ୍ ଆଲାର୍ଡିସଙ୍କୁ ରବିବାର ଆଇସିସି ପକ୍ଷରୁ ସିଇଓ ନିଯୁକ୍ତ କରାଯାଇଛି । ଦୀର୍ଘ ୮ ମାସ ହେବ ଅନ୍ତରୀଣ ସିଇଓ ଭାବରେ ରହିଥିବା ଆଲାର୍ଡିସଙ୍କୁ ରବିବାର ସ୍ଥାୟୀ ସିଇଓ ଭାବରେ ନିଯୁକ୍ତ କରାଯାଇଛି । ଆଲାର୍ଡିସ ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥିବା ବେଳେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ୮ ବର୍ଷ ଧରି ଆଇସିସିର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି ।

ଆଇସିସିକ ଚେୟାରମ୍ୟାନ ଜର୍ଜ ବ୍ରେକଲେ ଆଲାର୍ଡିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଗତ ୮ ମାସ ମଧ୍ୟରେ ଆଲାର୍ଡିସ ଅତ୍ୟନ୍ତ ଚମକ୍ରାର କାମ କରିଛନ୍ତି । ଭାରତରେ ବାତିଲ ହେବା ପରେ ଯେଉଁଭଳି ଭାବେ ଦୁବାଇରେ ଟି-୨୦ ବିଶ୍ୱକପ ସଫଳତାର ସହିତ ଆୟୋଜିତ ହେଲା ତାହା ପ୍ରଶଂସନୀୟ । ଏହା ସହିତ ତାଙ୍କୁ ସ୍ଥାୟୀ ସିଇଓ ଭାବରେ ନିଯୁକ୍ତ କରାଯାଇଥିବାରୁ ସେ ଆଇସିସି ବୋର୍ଡ ଓ ଚେୟାରମ୍ୟାନ ଜଜଁ ବ୍ରେକଲେଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜର୍ଜ ବ୍ରେକଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ