ଖେଳ ଦେଶ ବିଦେଶ

ଆଉ ଦେଖିବାକୁ ମିଳିବନି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସଙ୍କ ୩୬୦ ସଟ୍, କ୍ରିକେଟର ସମସ୍ତ ଫର୍ମାଟରୁ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛିନ୍ତି । ଏବି ଗତ ୨୦୧୮ରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ସାରିଥିବା ବେଳେ ଏବେ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଣିକି ଏବି ଆଇପିଏଲ, ବିଗ ବାଶ, ପିଏସଏଲ କି ଅନ୍ୟ କୌଣସି ଲିଗରେ ସାମିଲ ହେବେ ନାହିଁ । ଏନେଇ ସୋସିଆଲ ମିଡ଼ିଆରେ ଏବି ଘୋଷଣା କରିଛନ୍ତି । ତାଙ୍କର କ୍ରିକେଟ ଯାତ୍ରା ଶାନଦାର ରହିବା ସହ ତାଙ୍କୁ ଭଲପାଇ ଆସିଥିବା ଅଗଣିତ ଫ୍ୟାନମାନଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ୩୭ ବର୍ଷୀୟ ଏବି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ବିଶ୍ୱର ଟପ୍ ଖେଳାଳି ବିରାଟ କୋହଲି, ଷ୍ଟିଭ୍ ସ୍ମିଥ, କେନ୍ ୱିଲିୟମସନଙ୍କ ମଧ୍ୟରୁ ଏବି ସବୁଠାରୁ ବେଷ୍ଟ ବୋଲି ଅନେକ ପୂର୍ବତନ କ୍ରିକେଟର ମତ ଦେଇଆସୁଥିଲେ । ଏବି ନିଜର ଟି-୨୦ କ୍ୟାରିୟରରେ ମୋଟ ୯୪୨୪ ରନ ସଂଗ୍ରହ କରିଥିବା ବେଳ ସେଥିରେ ୪ ଶତକ ଓ ୬୯ ଅର୍ଦ୍ଧଶତକ ରହିଛି । ମିଷ୍ଟର ୩୬୦ ନାମରେ ଖ୍ୟାତ ଏବିଙ୍କର ଟି-୨୦ରେ ୩୭.୨୪ ଆଭରେଜ ସହ ମୋଟ ୪୩୬ଟି ଛକା, ୨୩୦ଟି କ୍ୟାଚ ସାମିଲ୍ ରହିଛି । ଆଇପିଏଲର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରରେ ସେ ମୁଖ୍ୟ ମ୍ୟାଚ ୱିନର ଥିଲେ । ଆଇପିଏଲରେ ସେ ୧୮୪ ମ୍ୟାଚରେ ୩୯.୭୧ ଆଭରେଜରେ ୫୧୬୨ ରନ କରିଛନ୍ତି, ଯେଉଁଥିରେ କି ୩ ଶତକ ଓ ୪୦ ଅର୍ଦ୍ଧଶତକ ରହିଛି । ତେବେ ଏବିଙ୍କ ସନ୍ନ୍ୟାସ ଘୋଷଣା ପରେ ଆରସବି ପକ୍ଷରୁ ଏକ ଯୁଗର ଅନ୍ତ ଘଟିଲା ବୋଲି ଟ୍ୱିଟ୍ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ