ଖେଳ ଦେଶ ବିଦେଶ

ଇଣ୍ଡୋନେସିଆ ମାଷ୍ଟର୍ସ ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ, ଲକ୍ଷ୍ୟ

ବାଲି: ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଫର୍ମରେ ଥିବା ଲକ୍ଷ୍ୟ ସେନ୍‌ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ମହିଳା ଏକକ ପ୍ରଥମ ରାଉଣ୍ଡରେ ବିଶ୍ବ ବିଜୟିନୀ ତଥା ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୫, ୨୧-୧୯ରେ ଥାଇଲାଣ୍ଡର ସୁପାନିଦା କାତେଥୋଙ୍ଗଙ୍କୁ ପରାସ୍ତ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ସେ ସ୍ପେନ୍‌ର କ୍ଲାରା ଆଜୁରମେନ୍ଦିଙ୍କୁ ଭେଟିବେ। ସେହିପରି ପୁରୁଷ ଏକକରେ ୨୦ ବର୍ଷୀୟ ଲକ୍ଷ୍ୟ ୨୧-୧୭, ୧୮-୨୧, ୨୧-୧୭ରେ ବିଶ୍ବର ୧୦ ନମ୍ବର ଜାପାନ୍‌ର କାଣ୍ଟା ସୁନେୟାମାଙ୍କୁ ହରାଇଥିଲେ।

୧୯ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ଦ୍ବିତୀୟ ରାଉଣ୍ଡରେ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ଦୁଇ ଥରର ବିଶ୍ବ ବିଜେତା ଜାପାନ୍‌ର କେଣ୍ଟୋ ମୋମୋତାଙ୍କୁ ଭେଟିବେ। ସେହିପରି ଭାରତୀୟ ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୁନାପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଏହି ଭାରତୀୟ ଯୋଡ଼ି ୯-୨୧, ୨୧-୧୧, ୨୧-୧୮ରେ ଡେନ୍‌ମାର୍କର ଆଲେକ୍‌ଜାନ୍ଦ୍ରା ବୋଜ ଓ ମେତେ ପୌଲସେନ୍‌ଙ୍କୁ ମାତ୍‌ ଦେଇଥିଲେ। ତେବେ ପୁରୁଷ ଯୁଗଳ ଯୋଡ଼ି ସ୍ବାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୧୭-୨୧, ୧୫-୨୧ରେ ମାଲେସିଆର ଓଙ୍ଗ ୟିଉ ସିନ୍‌ ଓ ତେଓ ଇ ୟିଙ୍କଠୁ ହାରି ବିଦାୟ ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ