ଦେଶ ବିଦେଶ ମନୋରଞ୍ଜନ

ବିଜ୍ଞାପନକୁ ନେଇ ବିବାଦରେ ଅଭିନେତା ଆଲ୍ଲୁ ଅର୍ଜୁନ, ନୋଟିସ୍ ପଠାଇବ ତେଲେଙ୍ଗାନା ଆରଟିସି

ନୂଆଦିଲ୍ଳୀ ୧୦।୧୧ : ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ। ତେଲେଙ୍ଗାନା ରାଜ୍ୟର ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି। ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଟିଏସଆରଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି। ଆରଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି।

ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ। ୟୁଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି। ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକାଳି ଚରିତ୍ରରେ ନଜର ଆସିଛନ୍ତି। ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍‌ ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି। କିନ୍ତୁ ଆପ ଜରିଆରେ ବାଇକରେ ବସି ଶୀଘ୍ର ପହଞ୍ଚିପାରିବେ। ଏଥିସହ ବସ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ ଆଡକୁ ସୂଚିତ କରିଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

TSRTCର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ବିସି ସଜ୍ଜନର ଏକ ବୟାନ ଜାରି କରି କହିଛନ୍ତି କି, ଏହି ବିଜ୍ଞାପନକୁ କିଛି ଦର୍ଶକଙ୍କ ତରଫରୁ ପସନ୍ଦ କରାଯାଇ ନାହିଁ, ଯେଉଁଥିରେ TSRTCରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ସାମିଲ ଅଛନ୍ତି। TSRTCକୁ ଏହିଭଳି ଅପମାନ କରିବା, ନା TSRTC ମ୍ୟାନେଜମେଣ୍ଟ, ଯାତ୍ରୀ ନା ଏହାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବରଦାସ୍ତ ହେବ। ତେଣୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିଥିବାରୁ ଅଲୁ ଅର୍ଜୁନଙ୍କୁ ନୋଟିସ୍‌ ପଠାଯିବ। ସେ କହିଥିଲେ କି, ଅଭିନେତାମାନଙ୍କୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିବା ଉଚିତ, ଯାହା ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ସକାରାତ୍ମକ ରହିଥିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ