ଦେଶ ବିଦେଶ ଧର୍ମ

ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ ସାମୂହିକ କେନ୍ଦ୍ର ନିର୍ମାଣ କରାଯିବାର ସ୍ଥିର ହୋଇଥିଲା । ତେବେ ପୁଣି ଥରେ ଏହା ଉପରେ ଆଲୋଚନା କରାଯାଇ ଉକ୍ତ ଜମିକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ ଆବଣ୍ଟନ କରାଯାଇଛି । ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଥିବା ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୬ରେ ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ୦.୫ ଏକର ଜମି ଆବଣ୍ଟିତ କରାଯାଇଥିଲା । ମାତ୍ର ପରେ ଜମି ଆବଣ୍ଟନ ରଦ୍ଦ ହେବା ଖବର ପ୍ରକାଶ ପାଇବା ପରେ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଏହା ଉତ୍ତେଜନା ବୃଦ୍ଧି କରିଥିଲା । ରାଜଧାନୀ ବିକାଶ ପ୍ରାଧିକରଣ (ସିଡିଏ)ର ଏହି ପଦକ୍ଷେପକୁ କିଛି ଲୋକ ବିରୋଧ କରିଥିଲେ । ଗତ ବର୍ଷ ଜୁଲାଇରେ ପାକିସ୍ତାନର କଠୋରପନ୍ଥୀ ଗୋଷ୍ଠୀ ଇସଲାମାବାଦରେ ସରକାରୀ ଅର୍ଥରେ ହିନ୍ଦୁ ମନ୍ଦିର ନିର୍ମାଣ ନେଇ ଆଲୋଚନା କରିଥିଲେ । ମାତ୍ର ସିଡିଏ ପକ୍ଷରୁ ନିର୍ମାଣକୁ ରୋକା ଯାଇଥିଲା । ତେବେ ଗତ ସେପ୍ଟେମ୍ବରରେ ଏହି ମାମଲାର ସମାଧାନ ହେବା ସହ ଭୂମିର ଚାରିପାଖରେ ପ୍ରାଚୀର ନିର୍ମାଣ ନେଇ ଅନୁମତି ଦିଆଯାଇଥିଲା । ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟଙ୍କର ପାଇଁ କୌଣସି ମନ୍ଦିର ବା ଶ୍ମଶାନ କେନ୍ଦ୍ର ନାହିଁ । ଇସଲାମାବାଦର ସୈଦପୁର ଗାଁରେ ଏକ ମନ୍ଦିର ଥିଲା, ମାତ୍ର ୧୦ ବର୍ଷ ପୂର୍ବରୁ ତାହା ନଷ୍ଟ ହୋଇଯାଇଛି । ଦେଶର ମାନବାଧିକାର କମିଶନ ଓ ହିନ୍ଦୁ ସମ୍ପ୍ରଦାୟଙ୍କ ଶତ ପ୍ରଚେଷ୍ଟା ପରେ ସିଡିଏ ଗତ ୨୦୧୬ରେ ଉକ୍ତ ସମ୍ପ୍ରଦାୟଙ୍କ ପାଇଁ ଜମି ଆବଣ୍ଟନ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ