ଦେଶ ବିଦେଶ ସ୍ୱାସ୍ଥ୍ୟ

୯୬ଟି ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଦୁଇଟି ଟିକାକୁ ବିଶ୍ୱବ୍ୟାପୀ ବ୍ୟବହାର ନିମନ୍ତେ ଅନୁମତି ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁମତି ଦେଇଥିବା ମୋଟ ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି ଟିକା ସ୍ଥାନ ପାଇଛି । ଭାରତ ପ୍ରସ୍ତୁତ କରିଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ୯୬ଟି ଦେଶ କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ସମଗ୍ର ବିଶ୍ୱରେ କରୋନା ଲଢ଼େଇରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ୧୦୦ କୋଟି ଟିକାକରଣ ଅତିକ୍ରମ କରିଥିଲା । ଆଗକୁ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ସ୍ୱଦେଶୀ ଟିକା ପଠାଇବାର ଯୋଜନା ରହିଛି ।
ତେବେ ଏହି ଦୁଇଟି ଟିକା ସହ କୋ-ୱିନ ପୋର୍ଟାଲରେ ଉପଲବ୍ଧ ହେଉଥିବା ସାର୍ଟିଫିକେଟକୁ ମଧ୍ୟ ୯୬ଟି ଦେଶରେ ମାନ୍ୟତା ମିଳିଛି । ଭାରତୀୟ ଟିକାକୁ ଅନୁମୋଦନ କରିଥିବା ଦେଶଗୁଡ଼ିକ ମଧ୍ୟରେ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ବ୍ରିଟେନ, ସ୍ପେନ, କାନାଡ଼ା, ଆମେରିକା, ପୋଲାଣ୍ଡ, ସୁଇଜରଲାଣ୍ଡ, ସ୍ୱିଡେନ ପ୍ରମୁଖ ରହିଛନ୍ତି । ତେବେ କୋଭାକ୍ସିନ ଓ କୋଭିସିଲ୍ଡକୁ ମାନ୍ୟତା ଦେଇନଥିବା ଦେଶଗୁଡ଼ିକ ସହ ଭାରତ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ