ଦେଶ ବିଦେଶ ମନୋରଞ୍ଜନ

ଶେହନାଜ ଗିଲଙ୍କ ସହ ସବୁ ସମ୍ପର୍କ ଭାଙ୍ଗିଦେଲେ ତାଙ୍କ ବାପା : ଚଣ୍ଡିଗଡ଼ରେ ସୁଟିଂ ଥିବା ସତ୍ବେ ନିଜ ଘରକୁ ଯାଇନଥିଲେ ଅଭିନେତ୍ରୀ

ମୁମ୍ବାଇ ୧୦/୧୧: ବିଗ୍ ବସ୍ ୧୩ରୁ ଦମଦାର୍ ଲୋକପ୍ରିୟତା ହାସଲ କରିଥିବା ଶେହନାଜ ଗିଲ୍ ଖୁବ୍ ଶୀଘ୍ର ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ। ଏହି ଗୀତର ସୁଟିଂ ନିକଟରେ ଚଣ୍ଡିଗଡ଼ରେ ହୋଇଥିଲା ଯାହା ପରେ ସିଦ୍ଧାର୍ଥ ଏବଂ ଶେହନାଜ ମୁମ୍ବାଇ ଫେରି ଆସିଛନ୍ତି। ଘର ପାଖରେ ସୁଟିଂ କରିବା ସତ୍ବେ ଶେହନାଜ ତାଙ୍କ ବାପାଙ୍କୁ ଜଣାଇ ନଥିଲେ କି ପରିବାରକୁ ଦେଖା କରିବାକୁ ଯାଇନଥିଲେ। ଯାହା ଫଳରେ ତାଙ୍କ ବାପା ସନ୍ତୋଷ ସିଂହ ବହୁତ ରାଗି ଯାଇଛନ୍ତି। ରାଗିଯିବା ଯୋଗୁଁ ସନ୍ତୋଷ ଶେହନାଜଙ୍କ ସହ କଥା ନହେବାକୁ ରାଣ ଖାଇଛନ୍ତି।

ଶେହନାଜ ଗିଲଙ୍କ ପରିବାର ପାଖରେ ରହି ମଧ୍ୟ ଘରକୁ ନ ଆସିବାରୁ ତାଙ୍କ ବାପା ରାଗି ଯାଇ ଟେଲି ଚକ୍କରକୁ କହିଛନ୍ତି ଯେ ଶେହନାଜ ଚଣ୍ଡିଗଡ଼ରେ ସୁଟିଂ କରୁଥିଲେ କିନ୍ତୁ ଘରକୁ ଦେଖା କରିବାକୁ ଆସି ପାରିଲେନି। ତାଙ୍କ ଘର ଲୋକେସନଠୁ ମାତ୍ର ୨ଘଣ୍ଟାର ବାଟ ଥିଲା। ଶେହନାଜ ଏଠାକୁ ଆସିବାର ଖବର ମଧ୍ୟ ତାଙ୍କୁ ମିଡିଆ ଜରିଆରେ ଜଣା ପଡ଼ିଥିଲା। ସେ ତାଙ୍କୁ ସୁଟିଂ କିମ୍ବା ଚଣ୍ଡିଗଡ଼ ଆସିବା କଥା କିଛି କହିନଥିଲେ। ତାଙ୍କ ଜେଜେବାପାଙ୍କ କିଛି ଦିନ ତଳେ ଆଣ୍ଠୁର ସର୍ଜରୀ ହୋଇଥିଲା। କିନ୍ତୁ ଶେହନାଜ ତାଙ୍କୁ ବି ଦେଖା କରିବାକୁ ଉଚିତ୍ ମନେ କରିନଥିଲେ।

ଆଗକୁ ସନ୍ତୋଷ କହିଥିଲେ ଯେ ଏବେ ସେମାନଙ୍କୁ ଶେହନାଜଙ୍କୁ ଦେଖା​‌ କରିବାର ସୁଯୋଗ କେବେ ମିଳିବ। ସେ ଏହା ମଧ୍ୟ ଜାଣି ନାହାନ୍ତି ଯେ ଶେହନାଜ ସବୁବେଳେ ଏଠାକୁ ସୁଟିଂ କରିବାକୁ ଆସନ୍ତି କି ନାହିଁ। ତାଙ୍କ ପାଖରେ ଶେହନାଜଙ୍କ ସହ କଥା ହେବା ପାଇଁ ତାଙ୍କ ମ୍ୟାନେଜରର ମଧ୍ୟ ନମ୍ବର ନାହିଁ। ସେ ରାଣ ଖାଇଛନ୍ତି ଯେ ସେ କେବେ ଶେହନାଜଙ୍କ ସହ କଥା ହେବେ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ