ଦେଶ ବିଦେଶ ମନୋରଞ୍ଜନ

ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ଡିଲିଟ୍ ହୋଇଥିବା ଇମେଲ୍ ଯାଞ୍ଚ କରିବ ସିବିଆଇ, ଆମେରିକାଠାରୁ ମାଗିଲା ସହାୟତା

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜୁପତଙ୍କ ଡିଲିଟ୍ ହୋଇଥିବା ଇମେଲ୍ ଓ ସୋସିଆଲ ମିଡିଆ ଆକଉଣ୍ଟସ୍ ରୁ ଡିଲିଟ୍ ହୋଇଥିବା ଡାଟାକୁ ଯାଞ୍ଚ କରିବ ସିବିଆଇ । ତେଣୁ ଏନେଇ ଔପଚାରିକ ଭାବରେ ଆମେରିକା ଠାରୁ ସହାୟତା ମାଗିଛି ସିବିଆଇ । ବର୍ତ୍ତମାନ ସିବିଆଇ ଯାଞ୍ଚ କରିବାକୁ ଚାହୁଁଛି ଯେ, ଏପରି କଣ ସମସ୍ୟା ହୋଇଥିଲା ଯେଉଁଥିପାଇଁ ଗତବର୍ଷ ଜୁନ୍ ୧୪ତାରିଖରେ ସୁଶାନ୍ତ ନିଜ ଘରେ ମୃତ ଭାବରେ ଠାପ ହୋଇଥିଲେ ।

ସୂତ୍ର ଅନୁସାରେ, ସିବିଆଇ ଏବେ ସୁଶାନ୍ତଙ୍କ ମାମଲା ସମାଧାନ କରିବାକୁ ଯାଇ ଗୁଗୁଲ ଓ ଫେସବୁକ୍ ଠାରୁ ସହାୟତା ମାଗିଛି । ସୁଶାନ୍ତଙ୍କ ଫୋନ୍ ରୁ ଡିଲିଟ ହୋଇଯାଇଥିବା ଇମେଲ୍ ଓ ଅନ୍ୟାନ୍ୟ ଡାଟା କୁ ତଦନ୍ତୁର ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି ସିବିଆଇ । ତେବେ ଭାରତ ଓ ଆମେରିକା ମଧ୍ୟରେ ଏମଏଲଏଟି ରହିଛି । ଯାହା ଦ୍ୱାରା ଦୁଇ ପକ୍ଷର ଘରୋଇ ମାମଲାର ଯାଞ୍ଚ କରିବା ନେଇ ତଥ୍ୟ ମାଗିପାରିବେ । ଭାରତରେ ଗୃହ ମନ୍ତ୍ରାଳୟ ଏମଏଲଏଟି ଅଧୀନରେ କୌଣସି ବି ସୂଚନା ପଠାଇବା ପାଇଁ କେନ୍ଦ୍ର ରହିଛି । ସେହିପରି ଆମେରିକା ରେ ଏହିଭଳି ତଥ୍ୟ ସୂଚନା ପାଇବାପାଇଁ ଆଟର୍ନିି ଜେନେରାଲ୍ ରହିଛି ।

ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ, ଏହି ମାମଲାର ସବୁ ତଥ୍ୟ ପ୍ରମାଣ କୁ ଆମେ ଖୋଜିବାକୁ ଚେଷ୍ଟା କରୁଛୁ । ତେଣୁ ଆମେ ଡିଲିଟ୍ ହୋଇଥିବା ଚାଟ୍ ଏବଂ ଇମେଲ୍ କୁ ପାଇବାକୁ ଚେଷ୍ଟା ଚଳାଇଛୁ । ଯାହାଫଳରେ ମାମଲାର ନିଷ୍କର୍ଷ ବାହାର କରିବାରେ ସୁବିଧା ହୋଇପାରିବ । ତେବେ ଏହାର ଅର୍ଥ ହେଉଛି ସୁଶାନ୍ତ ସିଂ ମାମଲାର ସମାଧାନ କରିବାକୁ ଆହୁରି କିଛି ସମୟ ଲାଗିବ । କାରଣ ଏମଏଲଟି ଅଧୀନରେ ତଥ୍ୟ ପାଇବାକୁ କିଛି ସମୟ ଲାଗିପାରେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ