ରାଜ୍ୟ ସ୍ୱାସ୍ଥ୍ୟ

କିଶନନଗରରେ ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର: ୩ ଏଲ୍‌ଆଇ ଓ ୫ ଆଟେଣ୍ଡାଣ୍ଟ ପଦ ଖାଲି

କିଶନନଗର: ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର ଦେଖିବାକୁ ମିଳିଛି କିଶନନଗର ଅଞ୍ଚଳରେ। କିଶନନଗର ପ୍ରାଣୀ ଚିକିତ୍ସାଳୟ ଉପରେ ୧୦ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଗୋରୁଗାଈ ଓ ଛେଳିମେଣ୍ଢାଙ୍କ ଚିକିତ୍ସା ଦାୟିତ୍ୱ ରହିଛି। ଏଥିପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ପ୍ରହରାଜପୁର, ତେଲଦିଆ, ଦଣ୍ଡୁଆସିପଡ଼ା ଓ କୋଶିଦାରେ ୪ଟି ଏଲ୍‌ଆଇ କେନ୍ଦ୍ର ଖୋଲା ଯାଇଛି। ଉକ୍ତ ୪ଟି କେନ୍ଦ୍ର ପ୍ରାଣୀ ଚିକିତ୍ସା ପାଇଁ ଯଥେଷ୍ଟ ନ ଥିବାରୁ ଅରିଲୋ ଓ ବମ୍ବୁରୀରେ ଆଉ ଦୁଇଟି ଏଲ୍‌ଆଇ କେନ୍ଦ୍ର ଖୋଲାଯିବାର ନିଷ୍ପତ୍ତି ହୋଇଛି। ଏହି ଦୁଇଟି କେନ୍ଦ୍ରର ଗୃହନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଅନ୍ୟପଟେ, କାର୍ଯ୍ୟକ୍ଷମ ଥିବା ତିନିଟି କେନ୍ଦ୍ରରେ ୩ଟି ଏଲ୍‌ଆଇ ଓ ୫ଯି ଆଟେଣ୍ଡାଣ୍ଟ ପଦ ଖାଲି ପଡ଼ିଛି।

ଫଳରେ ପ୍ରାଣୀ ଚିକିତ୍ସା ଓ ଟିକାକରଣରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। କର୍ମଚାରୀ ଅଭାବରୁ ତେଲଦିଆ କେନ୍ଦ୍ରର ଏଲ୍‌ଆଇଙ୍କୁ ଅନ୍ୟ ୩ ସେଣ୍ଟର୍‌ର ଦାୟିତ୍ଵ ଦିଆଯାଇଛି। ଏଥିଯୋଗୁଁ ୩ଟି ଏଲ୍‌ଆଇ ସେଣ୍ଟର୍‌ରେ ସବୁବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ପ୍ରତି ଏଲଆଇ ସେଣ୍ଟର୍‌ରେ ଗୋଟିଏ ଏଲ୍‌ଆଇ ଓ ଗୋଟିଏ ଆଟେଣ୍ଡାଣ୍ଟ ପଦ ରହିଛି। କିନ୍ତୁ, ତେଲଦିଆ ବ୍ୟତୀତ ପ୍ରହରାଜପୁର, କୋଶିଦା ଓ ଦଣ୍ଡୁଆସିପଡ଼ା କେନ୍ଦ୍ରରେ ଏହି ପଦ ଖାଲି ପଡ଼ିଛି। କେବଳ ସେତିକି ନୁହେଁ, ସମସ୍ତ ୪ଟି କେନ୍ଦ୍ର ଓ କିଶନନଗର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମୋଟ୍‌ ୫ଟି ଆଟେଣ୍ଡାଣ୍ଟ ପଦ ମଧ୍ୟ ଖାଲି ପଡ଼ିଛି। ଏଭଳି ସ୍ଥିତି ଯୋଗୁଁ କିଶନନଗର ଅଞ୍ଚଳରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ‌ହେଉଛି। ଫଳରେ ଗୋପାଳକମାନେ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଖାଲି ପଡ଼ିଥିବା ସମସ୍ତ ପଦ ପୂରଣ କରିବା ସହିତ ବମ୍ବୁରୀ ଓ ଅରିଲୋ କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ କିଶନନଗର ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ