ଦେଶ ବିଦେଶ ଧର୍ମ

୨୦୧୩ ପ୍ରଳୟ ପରେ ମୋର ଅନ୍ତରାତ୍ମା କହିଲା ପୁଣି କେଦାରନାଥର ପୁନର୍ବିକାଶ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା ପରେ କେଦାରନାଥର ପୁନର୍ବିକାଶ ହେବ ବୋଲି ମୋର ଅନ୍ତରାତ୍ମା କହିଥିଲା ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧି ପରିସରରେ ଆଦିଗୁରୁଙ୍କର ୧୨ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆପଣମାନେ ଆଜି ଏଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ଉନ୍ମୋଚନର ସାକ୍ଷୀ। ଉଚ୍ଛ୍ୱାସର ସହ ତାଙ୍କ ଭକ୍ତଗଣ ଏଠାରେ ଉପସ୍ଥିତ। ଦେଶର ସମସ୍ତ ମଠ ଓ ଜ୍ୟୋତିର୍ଲିଙ୍ଗ ଆଜି ଆମ ସହ ସଂଯୁକ୍ତ ହୋଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦିନ ଥିଲା ଯେତେବେଳେ ଅଧ୍ୟାତ୍ମିକତା ଏବଂ ଧର୍ମ ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରେଣୀ ସହ ସମ୍ପୃକ୍ତ ବୋଲି ମନେକରାଯାଉଥିଲା। କିନ୍ତୁ, ଭାରତୀୟ ଦର୍ଶନ ମାନବ କଲ୍ୟାଣ କଥା ବଖାଣେ, ଜୀବନକୁ ସାମଗ୍ରିକ ଦୃଷ୍ଟିରେ ବିଚାର କରେ। ଏହି ସତ୍ୟତା ପ୍ରତି ସମାଜକୁ ସଚେତନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟ କାର୍ଯ୍ୟ କରିଥିଲେ।

୨୦୧୩ ପ୍ରଳୟ ପରେ କେଦାରନାଥର ପୁନର୍ବିକାଶ ହେବ ବୋଲି ଲୋକେ କଳ୍ପନା କରି ନ ଥିଲେ। କିନ୍ତୁ, କେଦାରନାଥର ପୁନର୍ବିକାଶ ହେବ ବୋଲି ମୋର ଅନ୍ତରାତ୍ମା ସବୁବେଳେ କହୁଥିଲା। ଦିଲ୍ଲୀରେ ଥାଇ ମୁଁ ନିୟମିତ କେଦାରନାଥ ବିକାଶ କାର୍ଯ୍ୟାବଳୀ ସମୀକ୍ଷା କରୁଥିଲି। ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିକୁ ଡ୍ରୋନ୍‌ ଉତ୍ତୋଳିତ ଚିତ୍ରାବଳୀରେ ସମୀକ୍ଷା କରୁଥିଲି। ଏହି ସବୁ କାର୍ଯ୍ୟ ନିମନ୍ତେ ଦିଗ୍‌ଦର୍ଶନ ଦେଇଥିବା ସମସ୍ତ ‘ରାଓ୍ଵଲ’ଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ଚଳିତ ଦଶନ୍ଧି ହେଉଛି ଉତ୍ତରାଖଣ୍ଡର। ବିଗତ ୧୦୦ ବର୍ଷ ମଧ୍ୟରେ ଯେତେ ପର୍ଯ୍ୟଟକ ଆସି ନ ଥିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ତା’ଠାରୁ ଅଧିକ ପର୍ଯ୍ୟଟକ ଆସିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ