ଦେଶ ବିଦେଶ ସ୍ୱାସ୍ଥ୍ୟ

ହୃଦ୍‌ଘାତରେ ଛତିଶଗଡ଼ ବିଧାୟକ ଦେବବ୍ରତ ସିଂହଙ୍କ ଦେହାନ୍ତ

ରାୟପୁର: ହୃଦ୍‌ଘାତ ହେତୁ ଆଜି ୫୨ ବର୍ଷ ବୟସ୍କ ତଥା ୪ ଥର ବିଧାୟକ ହୋଇଥିବା ଛତିଶଗଡ଼ର ବିଧାୟକ ଦେବବ୍ରତ ସିଂହଙ୍କର ଦେହାନ୍ତ ହୋଇଯାଇଛି।

ମଧ୍ୟରାତ୍ର ସମୟରେ ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିବା ପରେ ତୁରନ୍ତ ବିଧାୟକ ସିଂହଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

ଖଇରାଗଡ଼ ରାଜ ପରିବାର ସଦସ୍ୟ ଦେବବ୍ରତ ସିଂହ ପ୍ରଥମେ ୧୯୯୫ରେ କଂଗ୍ରେସ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ ଏବଂ ୨୦୦୩ରେ ମଧ୍ୟ ସେ ସେଠାରୁ ପୁନଃନିର୍ବାଚିତ ହୋଇଥିଲେ। ପରେ ୨୦୦୭ରେ ସେ ରାଜନନ୍ଦଗାଓଁ ଲୋକସଭା ଆସନରେ ବିଜୟୀ ହୋଇ ସାଂସଦ ହୋଇଥିଲେ।


ଅବହେଳା ଏବଂ ଏଡ଼ାଇ ଦିଆଯାଉଥିବା ଅଭିଯୋଗ କରି ୨୦୧୭ ଡିସେମ୍ବରରେ ଦେବବ୍ରତ ସିଂହ କଂଗ୍ରେସ ପରିତ୍ୟାଗ କରିଥିଲେ। ତା’ର ଦୁଇ ମାସ ପରେ ସେ ୨୦୧୮ ଫେବ୍ରୁଆରିରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନେତୃତ୍ୱାଧୀନ ଜନତା କଂଗ୍ରେସ ଛତିଗଡ଼ରେ ଯୋଗ ଦେଇଥିଲେ।

୨୦୧୮ ବିଧାନସଭା ନିର୍ବାଚନରେ ଜନତା କଂଗ୍ରେସ ଛତିଶଗଡ଼(ଜେ) ଟିକେଟରେ ସେ ଚତୁର୍ଥ ଥର ପାଇଁ ଖଇରାଗଡ଼ ଆସନରୁ ବିଧାୟକ ହୋଇଥିଲେ।

ତାଙ୍କ ମୃତ୍ୟୁ ସମ୍ବାଦ ପାଇ ଜନତା କଂଗ୍ରେସ ଛତିଶଗଡ଼ (ଜେ) ଅଧ୍ୟକ୍ଷ ଅମିତ ଯୋଗୀ କହିଛନ୍ତି, ଦେବବ୍ରତ ସିଂହଙ୍କ ମୃତ୍ୟୁ ଯୋଗୁଁ ଆମେ ସମସ୍ତେ ମର୍ମାହତ। ୧୯୮୮ରୁ ମୋର ତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା। ଦଳର ବିପୁଳ କ୍ଷତି ଘଟିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ