ଦେଶ ବିଦେଶ ମନୋରଞ୍ଜନ

୫୬ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହରୁଖ ଖାନ

ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ସେ କରନ୍ତି ରାଜ୍ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ଏହି ଅନନ୍ୟ ଅଭିନେତା ଜଣକ ହେଉଛନ୍ତି ବଲିଉଡର ବାଦଶାହ ଶାହରୁଖ ଖାନ । ଆଜି ଶାହରୁଖଙ୍କ ଜନ୍ମ ଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ଏହି ଅନନ୍ୟ ଅଭିନେତା।
ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ପ୍ରଶଂସକ ତାଲିକାରେ ସାମିଲ ଅଛନ୍ତି । ଖାସ କରି ତାଙ୍କ ରୋମାଣ୍ଟିକ ଅନ୍ଦାଜ ଯୋଗୁଁ ଅଧିକାଂଶ ଝିଅ ତାଙ୍କ ପ୍ରଶଂସକ ବୋଲି କୁହାଯାଏ । ତାଙ୍କ ଘଟଣାବହୁଳ ଜୀବନ ଭିତରେ ସେ ବହୁତ ଉତଥାନପତନ ଦେଖିଛନ୍ତି । ଗତକିଛି ଦିନ ହେବ ସେ ନିଜ ପୁଅ ଆରୟନଙ୍କୁ ନେଇ ବିବାଦରେ ରହିଥିଲେ। ପୁଅ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା କଥ‌ା ସାମ୍ନାକୁ ଆସିବା ପରେ ତାଙ୍କୁ ଅନେକ ସମାଲୋଚନା କରିଥିଲେ। ହେଲେ ସବୁ ପରେ ବି ସେ ପ୍ରଶଂସକମାନଙ୍କ ମଧ୍ୟରେ ପୂର୍ବଭଳି ଲୋକପ୍ରିୟ ହୋଇ ରହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ